ଖୋର୍ଦ୍ଧା: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ । ଲୋକଙ୍କ ଉପରକୁ ଗାଡ଼ି ଚଢ଼ାଇବା ଘଟଣାରେ ତାଙ୍କୁ ଗିରଫ କରିଛି ପୋଲିସ । ହସ୍ପିଟାଲରୁ ଗିରଫ କଲା ବାଣପୁର ପୋଲିସ । ଗତ ୧୨ ତାରିଖରେ ବାଣପୁର ବ୍ଲକ ସାମ୍ନାରେ ଉପସ୍ଥିତି ଲୋକଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଫଳରେ ଘଟଣାସ୍ଥଳରେ ଉପସ୍ଥିତ ୨୩ ଜଣ ଲୋକ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପର୍ଣ୍ଣ ହୋଇପଡ଼ିଥିଲା । ୯ ଜଣ ପୋଲିସ କର୍ମୀ ଆହତ ହୋଇଥିବାବେଳେ ୧୫ ଜଣ ବିଜେପି କର୍ମୀ ଆହତ ହୋଇଛନ୍ତି ।
ତେବେ ବିଧାୟକଙ୍କ ଏଭଳି ଗୁଣ୍ଡାରାଜ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ପଦକ୍ଷେପ ଗ୍ରହଣ କରିଥିବା ବେଳେ ପୋଲିସ ଆଜି ତାଙ୍କୁ ଗିରଫ କରିଛି । ବିଧାୟକ ସେଦିନର ଘଟଣାରେ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଭୁବନେଶ୍ୱର ସମ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।
ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ କଲା ବାଣପୁର ପୋଲିସ

Comment