୨୭ ନଂ ୱାର୍ଡରେ ବିଜେଡିର ନିର୍ବାଚନୀ ସଭା

Odisha Hot News
1 Min Read

ଭଦ୍ରକ: ଆଜି ସନ୍ଧ୍ୟାରେ ୨୭ନଂ ୱାର୍ଡରେ ପୌର ନିର୍ବାଚନ ପରିପ୍ରେକ୍ଷୀରେ ବିଜେଡିର ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରିଷ୍ଠ ଅଧିବକ୍ତା ସେକ୍ ଜାଲିମ ଅଧ୍ୟକ୍ଷତା କରିଥିଲେ । ଭଦ୍ରକର ବିଧାୟକ ସଂଜୀବ ମଲ୍ଲିକ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଓ ସ୍ଥାନୀୟ ୱାର୍ଡର ପୂର୍ବତନ କାଉନ୍‌ସିଲର ସେକ୍ ସମଦାନୀଙ୍କ ସମୟରେ ଏହି ୱାର୍ଡରେ ଯେଉଁସବୁ ଜନହିତକର କାର୍ଯ୍ୟ ହୋଇଛି, ସେ ସଂପର୍କରେ ସୂଚନା ଦେଇ ତାଙ୍କର ଅଧୁରା କାର୍ଯ୍ୟକୁ ତାଙ୍କ ଭାଉଜ ତଥା ଏହି ୱାର୍ଡର ବିଜେଡିର କାଉନ୍‌ସିଲର ପ୍ରାର୍ଥିନୀ ସୁଲତାନା ବିବି ଓ ପୌରାଧ୍ୟକ୍ଷ ପ୍ରାର୍ଥିନୀ ସମିତା ମିଶ୍ରଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଜୟୀ କରାଇଲେ, ତାହା ପୂରଣ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ, ପୂର୍ବତନ ପୌରପାଳ ମାନସ ମହାନ୍ତି, ନଗର ସଭାପତି ଅଧିବକ୍ତା ତାହେର ମହମ୍ମଦ, ପୂର୍ବତନ କାଉନ୍‌ସିଲର ସେକ୍ ସମଦାନୀ, କାଉନ୍‌ସିଲର ପ୍ରାର୍ଥିନୀ ସୁଲତାନା ବିବି, ଅଧିବକ୍ତା ସେକ୍ ସହିଲ ପ୍ରମୁଖ ଯୋଗ ଦେଇଥିଲେ । ଆଜିର ଏହି ସଭାରେ ଶତାଧିକ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ ।

Share This Article