ଭୁବନେଶ୍ୱର: ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କଲେ ପ୍ରଖ୍ୟାତ ହାସ୍ୟ ଅଭିନେତା କପିଲ ଶର୍ମା। ଭୁବନେଶ୍ୱରରେ କିଛି ଦିନ ହେବ କପିଲ ଏକ ଚଚ୍ଚଚିତ୍ର ସୁଟିଂ କରୁଛନ୍ତି। ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଅନେକ ଆଲୋଚନା କରିଛନ୍ତି କପିଲ ଶର୍ମା। ଏହି ଅବସରରେ ଅଭିନେତ୍ରୀ ତଥା ନିର୍ଦ୍ଦେଶିକା ନନ୍ଦିତା ଦାସ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । ଏହି ସୌଜନ୍ୟମୂଳକ ସାକ୍ଷାତକାରରେ ଉପସ୍ଥିତ ରହିଥିଲେ 5T ସଚିବ ଭି.କେ ପାଣ୍ଡିୟାନ।
ନନ୍ଦିତା ଦାସଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ରରେ ଅଭିନୟ କରୁଛନ୍ତି ବଲିଉଡ଼ର କମେଡ଼ି କିଙ୍ଗ କପିଲ ଶର୍ମା। ସୂଚନା ମୁତାବକ ପ୍ରାୟ ମାସେ ହେବ ଭୁବନେଶ୍ୱରରେ ଜାରି ରହିଛି ଏହି ଫିଲ୍ମ ସୁଟିଂ। ଉକ୍ତ ଚଳଚ୍ଚିତ୍ରରେ କପିଲ ଶର୍ମା ଏକ ଡେଲିଭରୀ ବୟ ଭୂମିକାରେ ଅଭିନୟ କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ଭୁବନେଶ୍ୱରରେ ଥିବା କପିଲ ଆଜି ଅପରାହ୍ନରେ ସୌଜନ୍ୟମୂଳକ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କମେଡି କିଙ୍ଗ କପିଲ ଶର୍ମା

Comment