ମଣ୍ଡିରେ ଧାନ, ଚିନ୍ତାରେ ଚାଷୀ – Fast News Network

Odisha Hot News
1 Min Read

ଭଦ୍ରକ: ଏହି ଜିଲାର ବନ୍ତ ବ୍ଲକ କାଦବରାଙ୍ଗ ସେବା ସମବାୟ ସମିତିରେ ଶତାଧିକ ଚାଷୀଙ୍କ ଧାନ ବିକ୍ରୀ ନ ହୋଇ ଇତି ମଧ୍ୟରେ ଟୋକନ ଲାପ୍ସ କରିଗଲାଣି । ଯଦ୍ୱାରା ଚାଷୀ ମାନେ ଚିନ୍ତାରେ ପଡ଼ି ଯାଇଛନ୍ତି । ଚାଷୀମାନେ ଧାର କରଜ କରି ଧାନଚାଷ କରିଥାନ୍ତି ଓ ଅମଳ ପରେ ବିକ୍ରୀ କରି ଋଣ ପରିଶୋଧ କରିଥାନ୍ତି । ଦୈବୀ ଦୁର୍ବିପାକ କ୍ଷୟକ୍ଷତି ସହିବା ପରେ ଚାଷୀମାନେ ମଣ୍ଡିରେ ଧାନ ବିକ୍ରୀ କରିବା ପାଇଁ ଚାହୁଁଥିବା ବେଳେ ତାହା ବିକ୍ରୀ ହୋଇପାରୁ ନାହିଁ । ସରକାରୀ ଭାବେ ଏହି ମଣ୍ଡିରୁ ୩୩ହଜାର ୬୭୩ କ୍ୱିଣ୍ଟାଲ ଧାନ ବିକ୍ରୀ ପାଇଁ ଟାର୍ଗେଟ ଥିଲା । ସେଥି ମଧ୍ୟରୁ ୩୩ହଜାର ୧୫୦କ୍ୱିଣ୍ଟାଲ ଧାନ ବିକ୍ରୀ ହୋଇଛି । ଅନଲାଇନରେ ୧୦୫୦ଜଣ ଚାଷୀ ଆବେଦନ କରିଥିଲେ ଓ ୧୦୪୦ ଜଣ ଟୋକନ ପାଇଥିଲେ । ଗତ ୭ତାରିଖ ସୁଦ୍ଧା ୭୦୫ ଜଣଙ୍କ ଧାନ ଉଠିଥିବା ବେଳେ ପ୍ରାୟ ଶହେରୁ ଉର୍ଦ୍ଧ ଚାଷୀଙ୍କ ଟୋକନ ଲାପ୍ସ ହୋଇଥିବାର ଜଣାପଡ଼ିଛି । ସମିତି ସଂପାଦକଙ୍କ ପ୍ରୀୟାପ୍ରୀତି ତୋଷଣ ଯୋଗୁଁ ଅନେକ ଚାଷୀଙ୍କର ଧାନ ବିକ୍ରୀ ହୋଇପାରୁ ନାହିଁ ବୋଲି ଚାଷୀମାନେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି । ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ ଚାଷୀମାନେ ଦାବୀ କରିଛନ୍ତି

Share This Article