ବିଜେଡିରେ ଯୋଗ ଦେଲେ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପ୍ରତିନିଧି

Odisha Hot News
1 Min Read

ଜଟଣୀ : ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପ୍ରତିନିଧି ଲକ୍ଷ୍ମୀଧର ବିଶ୍ବାଳ ବିଧିବଦ୍ଧ ଭାବେ କଂଗ୍ରେସ ଦଳ ଛାଡ଼ି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ଜଟଣୀ ପାଖରେ ଥିବା ପାତ୍ରପଡ଼ା ନାଗେଶ୍ଵର ମନ୍ଦିର ପରିସରରେ ବିଜେଡିର ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି।
ଏଥିରେ ବିଜେଡିର ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକ, ବିଜେଡି ଖୋର୍ଦ୍ଧା ଜିଲ୍ଲା ସଭାପତି ବିଭୁତି ବଳବନ୍ତରାୟ, ଖୋର୍ଦ୍ଧା ବିଧାୟକ ଜୋତିରିନ୍ଦ୍ର ନାଥ ମିତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏ ନେଇ ଏକ ବାଇକ ଶୋଭାଯାତ୍ରା ଜଟଣୀରୁ ପାତ୍ରପଡ଼ା ପର୍ଯ୍ୟନ୍ତ କରା ଯାଇଥିଲା । ପରେ ନାଗେଶ୍ଵର ମନ୍ଦିର ପରିସରରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ବିଜେଡିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସ ଛାଡ଼ି ଜଟଣୀ ବିଧାୟକଙ୍କ ପ୍ରତିନିଧି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ବୋଲି କହିଛନ୍ତି

Share This Article