ଭଦ୍ରକ: ଆଦାନି ଧାମରା ପୋର୍ଟର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ବିଭାଗ ଦ୍ୱାରା ଗଦି ଗ୍ରାମପଞ୍ଚାୟତ ପଡ଼ିଆରେ ଜିଲା କ୍ରୀଡ଼ା ତଥା ଗଦି ପଞ୍ଚାୟତ ସମିତି ସହାୟତାରେ ପଞ୍ଚାୟତସ୍ତରୀୟ ଭଲିବଲ ପ୍ରତିଯୋଗିତା ମାର୍ଚ୍ଚ ୬ ତାରିଖରେ ଆୟୋଜିତ ହୋଇଯାଇଅଛି । ଏହି ପ୍ରତିଯୋଗିତାରେ ଆଦାନି ଧାମରା ପୋର୍ଟର ରେଳ କରିଡର ପାରିପାଶ୍ୱର୍ରେ ଥିବା ୮ ପଞ୍ଚାୟତ (ଚାନ୍ଦବାଲି, ଏରେଇଁ, ଦୋଳମଣ୍ଡପ, ଅଚକ, ଭାଟପଡ଼ା, କୋଲ୍ହ, ଗୁଆଁମାଳ ଏବଂ ପାଳିଆବିନ୍ଧା)ର ୮ଟି ଦଳ ଭାଗ ନେଇଥିଲେ । ଏହି ପ୍ରତିଯୋଗିତାଟି ଗଦି ପଞ୍ଚାୟତର ଆନନ୍ଦ ପାଣିଗ୍ରାହୀ, ଶ୍ରୀଧର ନାୟକ, ପ୍ରେମାନନ୍ଦ ବଳ, ପ୍ରଭାତ କୁମାର ଜେନା, ଗିରିଜା ରମଣ ଜେନା ଓ ବିଭୁପ୍ରସାଦ ସାହୁଙ୍କ ଉପସ୍ଥିତିରେ ଉଦ୍ଘାଟନ ହୋଇଥିଲା । ଏହି ପ୍ରତିଯୋଗିତାରେ ଅଚକ ଦଳ, ଚାନ୍ଦବାଲି ଦଳକୁ ୨/୧ ସେଟ୍ରେ ପରାସ୍ତ କରି ବିଜୟୀ ହୋଇଥିଲା । ଏହି ପ୍ରତିଯୋଗିତାର ଉଦ୍ଯାପନୀ ଉତ୍ସବରେ ଆନନ୍ଦ ପାଣିଗ୍ରାହୀ, ଶ୍ରୀଧର ନାୟକ, ପ୍ରେମାନନ୍ଦ ବଳ, ପ୍ରଭାତ କୁମାର ଜେନା, ଗିରିଜା ରମଣ ଜେନା ଓ ବିଭୁ ପ୍ରସାଦ ସାହୁ ଉପସ୍ଥିତ ରହି ବିଜୟୀ ଦଳକୁ ସମ୍ବର୍ଦ୍ଧିତ କରିଥିଲେ । ପ୍ରତିଯୋଗିତାରେ ଅଚକ ଦଳର ଆର୍ଯ୍ୟପ୍ରଭୁ ଧଳଙ୍କୁ ସର୍ବଶ୍ରେଷ୍ଠ ଖେଳାଳି ଏବଂ ଚାନ୍ଦବାଲିର ସନ୍ତୋଷ ସାହୁଙ୍କୁ ସର୍ବଶ୍ରେଷ୍ଠ ଶ୍ମାଶର ଭାବେ ବିବେଚନା କରାଯାଇ ପୁରସ୍କୃତ କରାଯାଇଥିଲା ।
ଆଦାନି ଧାମରା ପୋର୍ଟ ପକ୍ଷରୁ ଭଲିବଲ୍ ପ୍ରତିଯୋଗିତା – Fast News Network

You Might Also Like
- Advertisement -
Comment