ଭଦ୍ରକ: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ବୟାବନାପୁର ଅନ୍ତର୍ଗତ ତାଳପଦା ଗ୍ରାମରେ ଗତ ମଙ୍ଗଳବାର ରାତ୍ରରେ ନିର୍ବାଚନୀ ହିଂସାକାଣ୍ଡ ଯୋଗୁଁ ୭ଜଣ ଆହତ ହୋଇଥିବା ବେଳେ ବିରୋଳି ଗ୍ରାମରେ ମଧ୍ୟ ନିର୍ବାଚନୀ ହିଂସା ଯୋଗୁଁ ୩ ଜଣ ଆହତ ହୋଇଥିବା ଜଣାଯାଇଛି । ନିଶାଶକ୍ତ ଅବସ୍ଥାରେ ନିର୍ବାଚନ ଜୟ ଓ ପରାଜୟ ଆକ୍ଷେପ ଯୋଗୁଁ ଏହି ହିଂସା ହୋଇଥିବା ଜଣାଯାଇଛି । ଏଥିରେ ଗ୍ରାମର ମାଧବ ଜେନା, ଦିଲ୍ଲିପ ଜେନା, ବିକାଶ ଜେନା, ପ୍ରଶାନ୍ତ ଜେନା, ଧନେଶ୍ୱର ଜେନା, ନୃସିଂହ ଜେନା ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ମାତ୍ର ରିପୋର୍ଟ ପ୍ରସ୍ତୁତ ପର୍ଯ୍ୟନ୍ତ ଥାନାରେ ମାମଲା ଋଜୁ ହୋଇନାହିଁ । ସେହିପରି ଷୋଳମପୁର ପଞ୍ଚାୟତ ଅନ୍ତର୍ଗତ ବିରୋଳି ଗ୍ରାମରେ ମଙ୍ଗଳବାର ରାତ୍ରରେ ହିଂସାକାଣ୍ଡ ହୋଇ ୩ ଜଣ ଆହତ ହୋଇଥିବା ଜଣାଯାଇଛି । ନିର୍ବାଚନ ବିଜୟ ପରେ ବାଣଫୁଟାକୁ କେନ୍ଦ୍ର କରି ଆକ୍ଷେପ ଓ ପ୍ରତିଆକ୍ଷେପ ଯୋଗୁଁ ମାଡପିଟ ହୋଇଥିଲା । ଏଥିରେ ଗ୍ରାମର ପ୍ରିୟବ୍ରତ ଜେନା, ଗଦାଧର ଜେନା ଓ ଶଙ୍କର୍ଷଣ ଯେନା ପ୍ରମୁଖ ଆହତ ହୋଇଥିଲେ । ଉଭୟ ପକ୍ଷ ଥାନାରେ ଅଭିଯୋଗ କରିଥିଲେ । ହେଲେ ମାମଲା ଋଜୁ ହୋଇ ନାହିଁ । ପୁଲିସ ପରିସ୍ଥିତି ଉପରେ ନଜର ରଖିଛି ଓ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନାଧିକାରୀ ଅମିତାଭ ଦାଶ ସୂଚନା ଦେଇଛନ୍ତି ।
ତାଳପଦା ଓ ବିରୋଳିରେ ନିର୍ବାଚନୀ ହିଂସା – Fast News Network

You Might Also Like
- Advertisement -
Comment