ଭୁବନେଶ୍ବର: ଏଥର ପୌର ନିର୍ବାଚନରେ ମେୟର ଓ ଅଧ୍ୟକ୍ଷ ପଦବୀ ପାଇଁ ସିଧାସଳଖ ନିର୍ବାଚନ ହେବ। ଏହାକୁ ନେଇ ବିଭିନ୍ନ ମହଲରେ ବିଭିନ୍ନ ପ୍ରକାର ଚର୍ଚ୍ଚା ବିଗତ ଏକ ମାସ ହେଲା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ବିଜୁ ଜନତା ଦଳ ସଭାପତି ନବୀନ ପଟନାୟକଙ୍କୁ ସଂଖ୍ୟାଲଘୁ ଓ ଦଳିତ ବିକାଶ ମୋର୍ଚା ତରଫରୁ ସଂଖ୍ୟାଲଘୁ ପାର୍ଥି ପାଇଁ ନିବେଦନ କରିଛନ୍ତି। କେନ୍ଦ୍ରାପଡ଼ା ମୁନସିପାଲିଟିରେ ମୁସଲିମ ଭୋଟରଙ୍କ 32.65% ଭୋଟ ଅଛି ବୋଲି ସଂଗଠନ ତରଫରୁ ଦର୍ଶାଯାଇଛି। ଯୁବ ସଂଖ୍ୟାଲଘୁ ସେଲ ସଭାପତି ମହମ୍ମଦ ଆମିର ବିଜେଡି ସଂଖ୍ୟାଲଘୁଙ୍କ ନେତୃତ୍ୱ ନେଲା ପରଠାରୁ ସଂଖ୍ୟାଲଘୁ ସେଲ୍କୁ ଜିଲ୍ଲାରେ କାର୍ଯ୍ୟକାରୀ କରିଛନ୍ତି। ଲୋକଙ୍କ ସମସ୍ୟା ସହିତ ଛିଡା ହୋଇ ବିଭିନ୍ନ ଅଞ୍ଚଳର ରାସ୍ତା, ଶିକ୍ଷା, ପାନୀୟ ଜଳ, ଡ୍ରନ୍, ସ୍କୁଲ୍ ହଉ ବା ଜନସାଧାରଣଙ୍କ ଅସୁବିଧା ସର୍ବଦା ସରକାରଙ୍କ ଲୋଚନକୁ ଆଣିଥିବା ଦର୍ଶାଯାଇଛି।
ଖାଲି ସେତିକି ନୁହେଁ କେନ୍ଦ୍ରାପଡ଼ା କଲେଜ କିପରି ବିଶ୍ୱବିଦ୍ୟାଳୟରେ ପରିଣତ ହେବ ଏହା ପାଇଁ ରାଜଧାନୀରେ ତାଙ୍କର ସମର୍ଥକ ପ୍ରଚେଷ୍ଟା ଜାରି ରହିଛି। ଏହିପରି ରାଜ୍ୟ ସ୍ତରୀୟ ସଂଗଠନ ନାଵଜବାନ ୟୁନିଅନର ପ୍ରତିଷ୍ଠାତା ଓ ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କ ନେତୃତ୍ୱରେ ଯୁବକ ମାନେ କରୋନା ସମୟରେ ହଜାର ହଜାର ଘରକୁ ରାସନ ଯୋଗାଇ ବିଶ୍ୱ ଶିଖ ୟୁନିଅନ୍ରୁ ପୁରସ୍କୃତ ମଧ୍ୟ ହୋଇଛନ୍ତି। ଏହିପରି ଭାରତୀୟ ଛାତ୍ର ସାଂସଦର ମଧ୍ୟ ସେ ସଦସ୍ୟ ଅଛନ୍ତି। ଅପରପକ୍ଷରେ କଂଗ୍ରେସରେ ଆଜି ମଧ୍ୟ ତାଙ୍କର ପରିବାରର ଏକ ସୁସମ୍ପର୍କ ରହିଛି। ଅନ୍ୟ ପକ୍ଷରୁ କ୍ରୀଡା ପାଇଁ ମଧ୍ୟ ବହୁ ଅବଦାନ ରହିଛି। ବିଜୁ ପଟନାୟକ ସ୍ପୋର୍ଟ୍ସ ଏକାଡେମି ଓ ଜିଲ୍ଲା ଫୁଟବଲ ଅକାଦେମୀରେ ବିଭିନ୍ନ ରାଜ୍ୟସ୍ତରୀୟ ମ୍ୟାଚ ଓ ପ୍ରତିଯୋଗିତା କରି କ୍ରୀଡା ପାଇଁ ଜିଲ୍ଲାର ନାମ ଆଗକୁ ନେବାରେ ସଫଳ ହୋଇଛନ୍ତି। ସଂଖ୍ୟାଲଘୁ ୱର୍ଡ଼ ଆମିରଙ୍କର ବିଶେଷ ପ୍ରଭାବ ଓ ଦବଦବା ରହିଛି। ଆମ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଓ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପର୍ଯ୍ୟବେକ୍ଷକ ଦେବାଶିଷ ସାମନ୍ତରାୟ ଓ ବିଧାୟକ ଶଶୀ ଭୁଷଣ ବେହେରାଙ୍କୁ ମହମ୍ମଦ ଆମିରଙ୍କ ଧର୍ମପତ୍ନୀ ସବିହା ଆମିରଙ୍କୁ ଅଧ୍ୟୟା ପଦବୀ ପାଇଁ ଦଳିତ ଓ ସଂଖ୍ୟାଲଘୁ ମୋର୍ଚା ତରଫରୁ ସଭାପତି ପ୍ରଭାତ ରଞ୍ଜନ ତ୍ରିପାଠୀ, ଅଜ଼ାୟ ମହମ୍ମଦ ଅଲି, ୱାକିଲୁର ରହମନ ଓ ସର୍ବସ୍ବର ସ୍ୱାଇଁ ନିବେଦନ କରାଯାଇଛି।
ଦଳିତ ଓ ସଂଖ୍ୟାଲଘୁ ସଂଗଠନ ପକ୍ଷରୁ ଅଧ୍ୟକ୍ଷା ପ୍ରାର୍ଥୀ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ

Comment