କରଞ୍ଜମାଳ ପଂଚାୟତରେ ମିନି ଷ୍ଟାଡିୟମ ପାଇଁ ନିଷ୍ପତି – Fast News Network

Odisha Hot News
2 Min Read

ଭଦ୍ରକ: ଏହି ଜିଲାର ଧାମରା ଅର୍ନ୍ତଗତ କରଞ୍ଜମାଳ ପଂଚାୟତରେ ମିନିଷ୍ଟାଡିୟମ ନିର୍ମାଣ ପାଇଁ ସରକାରୀ ସ୍ତରରେ ନିଷ୍ପତି ହୋଇ ସାରିଛି । ଏହି ଉପଲକ୍ଷେ ଗତ ୭ତାରିଖରେ ଭଦ୍ରକ ଜିଲ୍ଲାପାଳ କ୍ଷେତ୍ରୀୟ ତଦନ୍ତ କରିବାକୁ ଆସି କରଞ୍ଜମାଳ ପଂଚାୟତରେ ଥିବା ବଜରାପୁର ଗ୍ରାମରେ ଏକ ସ୍ଥାନ ଚୟନ କରିଥିଲେ । ମାତ୍ର ସେହି ସ୍ଥାନ ର କିସମ ଗ୍ରାମ୍ୟ ଜଙ୍ଗଲ ହୋଇଥିବା ଦୃଷ୍ଟିରୁ ତାହାକୁ ଜିଲ୍ଲାପାଳ ଚୟନ ନକରି ଫେରି ଯାଇଥିଲେ । ଏହି ପଂଚାୟତରେ ଖୁବ ଶୀଘ୍ର ଏକ ଷ୍ଟାଡିୟମ ହେବା ଜରୁରୀ ହୋଇଥିବା ବେଳେ ଏହାକୁ ନେଇ ଚଳିତ ବିଧାନସଭାରେ ପ୍ରଶ୍ନ ଉତଥାପନ କରାଯାଇଥିଲା । ପୁନଶ୍ଚ ଭଦ୍ରକ ଜିଲ୍ଲାପାଳ ଆସି ବଜରାପୁର ପଂଚାୟତରେ ଥିବା ଖାତା ନଂ- ୬୩,ପ୍ଲଟ ନଂ-୧୭୫ରେ ଥିବା ଏ୦୬.୧୨ ଜାଗା, କିସମ ଉନ୍ନତ ଯୋଜନା ଯୋଗ୍ୟ ହୋଇଥିବାରୁ ଏହାକୁ ଚୟନ କରିଥିଲେ ।ଆଜି ବିଧାୟକ କରଞ୍ଜମାଳ ପଂଚାୟତର ପହଂଚିବା ପରେ କରଞ୍ଜମାଳ ପଂଚାୟତର ପୂର୍ବତନ ସରପଂଚ ରମେଶ ନାୟକ ବିଧାୟକଙ୍କୁ ପୁଷ୍ପଗୁଛ ପ୍ରଦାନ କରିି ଏହି ପଂଚାୟତରେ ମିନିଷ୍ଟାଡିୟମ ନିର୍ମାଣ ପାଇଁ ବିଧାୟକ ଆଗଭର ହୋଇଥିବାରୁ ସେ ତାଙ୍କୁ ଶୁଭେଛା ଜଣାଇଥିଲେ ।
ଏହି ସ୍ଥାନକୁ ଆଜି ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଚାନ୍ଦବାଲି ପଂଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ନରେଶ ମାଝୀ ,ଶରତ ସାହୁ ସ୍ଥାନୀୟ କରଞ୍ଜମାଳ ପଂଚାୟତର ପୂର୍ବତନ ଯୁବ ସରପଂଚ ତଥା ସମାଜସେବୀ ରମେଶ ନାୟକ, ସମାଜସେବୀ କେଶବଚନ୍ଦ୍ର ନାୟକ, ସୁଦର୍ଶନ ମଲିକ, ବିରକିଶୋର ସାହୁ, ମନୋରଞ୍ଜନ ମହାନ୍ତି, ବିଜୟ କୁମାର ବାରିକ, ସରପଂଚ ପଦ୍ମାଳୟା ମଲିକ ଏବଂ ସପନ ମହାନ୍ତି ପ୍ରମୁଖ ଉକ୍ତ ସ୍ଥାନକୁ ଯାଇଥିଲେ । ଏହି ସ୍ଥାନ ଟି ଯାତାୟତ ଦୃଷ୍ଟି କୋଣରୁ ଠିକ ହେବା ସହ ଧାମରା ଅଧୁଷିତ ଅଂଚଳ ପାଁଇଁ ଏହା ଏକ ପ୍ରକୋଷ୍ଠ ସ୍ଥାନ ହେବ ବୋଲି ବିଧାୟକ ବ୍ୟୋମକେଶ ରାୟ ମତ ରଖିଥିଲେ । ତୁରନ୍ତ ଏହିଠାରେ ୨୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ମିନିଷ୍ଟାଡିୟମ ନିର୍ମାଣ କରାଯିବ ବୋଲି ମଧ୍ୟ ଖବରଦାତା ମାନଙ୍କୁ ସୁଚନା ଦେଇଥିଲେ । ଆଗାମୀ ଜାନୁଆରୀ ୧୫ ତାରିଖ ଦିନ ଏହି ମିନିଷ୍ଟାଡିୟମର ଶୁଭଉଦଘାଟନ ବିଧାୟକ ଦେବେ ବୋଲି କରଞ୍ଜମାଳ ପଂଚାୟତର ପୂର୍ବତନ ସରପଂଚ ରମେଶ ନାୟକ ସୁଚନା ଦେଇଛନ୍ତି । ଏହି ସ୍ଥାନକୁ ଚାନ୍ଦବାଲି ବିଧାୟକ ଉପଯୁକ୍ତ ସ୍ଥାନ ବୋଲି ଚୟନ କରିଥିବାରୁ କରଞ୍ଜମାଳ ପଂଚାୟତ ତରଫରୁ ବିଧାୟକଙ୍କୁ ଶୁଭେଛା ଜଣାଇଛନ୍ତି ।

Share This Article