ଆଦାନୀ ଫାଉଣ୍ଡେସନ ପକ୍ଷରୁ ରକ୍ତଦାନ ଶିବିର, ୧୬୮ ୟୁନିଟ ରକ୍ତ ସଂଗ୍ରହ

Odisha Hot News
1 Min Read

ଭଦ୍ରକ: ଭଦ୍ରକ ଜିଲା ଆଦାନୀ ଧାମରା ପୋର୍ଟ ଅନ୍ତର୍ଗତ କରଞ୍ଜମାଳ ଗ୍ରାମପଞ୍ଚାୟତର ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀଠାରେ ଆଦାନୀ ଫାଉଣ୍ଡେସନ ଓ ଓଡ଼ିଶା ରକ୍ତଭଣ୍ଡାର, ଭଦ୍ରକ ଶାଖାର ମିଳିତ ସହଯୋଗରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ୧୬୮ ୟୁନିଟ ରକ୍ତ ସଂଗ୍ରହ କରାଯାଇ ଓଡ଼ିଶା ରକ୍ତଭଣ୍ଡାର, ଭଦ୍ରକ ଶାଖାକୁ ଜନହିତ ପାଇଁ ସମର୍ପଣ କରାଯାଇଥିଲା । କରଞ୍ଜମାଳସ୍ଥିତ ଗୋବିନ୍ଦ କୃଷକ ସଂଘ, ମା’ ମନସା ଫ୍ରେଣ୍ଡ୍‌ସ କ୍ଲବ-ବଇଁଚା, ନେତାଜୀ କ୍ଲବ-କରଞ୍ଜମାଳ ସହାୟତାରେ ଏହି ରକ୍ତଦାନ ଶିବିର ସମ୍ପାଦିତ ହୋଇଥିଲା ।
ଏହି ଶିବିରକୁ କରଞ୍ଜମାଳ ଗ୍ରାମପଞ୍ଚାୟତର ରାମଚନ୍ଦ୍ର ନାୟକ, ଜୟନ୍ତ କୁମାର ବେହୁରା, ହୃଷିକେଶ ମଣ୍ଡଳ, ନାରାୟଣ ବାରିକ, ବିଜୟ କୃଷ୍ଣ ନାୟକ, ନିତ୍ୟାନନ୍ଦ ଗିରି, ପ୍ରମୋଦ କୁମାର ନାୟକ, ଶିବ ପ୍ରସାଦ ପାଣିଗ୍ରାହୀ ତଥା ଅନ୍ୟାନ୍ୟ ବୟୋଜ୍ୟେଷ୍ଠ ବ୍ୟକ୍ତିବିଶେଷ ଏବଂ ସ୍ୱେଚ୍ଛାସେବୀ ଉପସ୍ଥିତ ରହି ଉଦ୍‌ଘାଟନ କରିବା ସହ ସୁଚାରୁ ରୂପେ ସମ୍ପନ୍ନ କରିଥିଲେ । ଏହି ଶିବିରଟି ଓଡ଼ିଶା ରକ୍ତଭଣ୍ଡାର, ଭଦ୍ରକ ଶାଖାର ଡାକ୍ତର ବିମଳା ମିଶ୍ର, ସାଧୁସୂଦନ ବେହେରା, ରତିକାନ୍ତ ବଳ, ରବିନ୍ଦ୍ର ଜେନା, ବିଶ୍ୱରଞ୍ଜନ ବଳ, ପ୍ରକାଶ ବେହେରା, ରୂପକ ସେନାପତି, ଏସ୍‌କେ ବୁଦ୍ଧିଆଙ୍କ ଦ୍ୱାରା ପରିଚାଳିତ ହୋଇଥିଲା ।

Share This Article