ଶୀତୁଆ ସକାଳର କଅଁଳ ଖରା ଖାଇଲେ ଶରୀରକୁ କି ଫାଇଦା ମିଳିଥାଏ, ଆସନ୍ତୁ ଜାଣିବା !

Odisha Hot News
2 Min Read


ଭୁବନେସ୍ୱର: ଶୀତଦିନରେ ସକାଳୁ ସକାଳୁ ଉଠି କଁଅଳ ଖରା ବସିବାକୁ ବହୁତ ଭଲଲାଗେ । ତେବେ ଶିତରୁ ଟିକେ ରକ୍ଷାପାଇବା ପାଇଁ ଆମେମାନେ ଖରାକୁ ଚାଲିଯାଉ । ଯେତେବେଳେ ସେ ସକାଳିଆ ନରମ ଖରା ଆମ ଦେହକୁ ସ୍ପର୍ଶ କରେ ସେତେବେଳେ ଦେହରେ ଆସିଯାଏ ଉସ୍ମତା । ଆଉ ଶରୀରକୁ ଟିକେ ଆରାମ ଲାଗିଥାଏ । ତେବେ ଏହି ଶୀତୁଆ ସକାଳ ଆମ ଶରୀର ପାଇଁ କେତେକ ଲାଭ ଦାୟକ ହୋଇଥାଏ । ଏବଂ ଶରୀରର ଅନେକ ସମସ୍ୟାକୁ ଦ୍ୟର କତିଥାଏ । ତାହେଲେ ଆସନ୍ତୁ ଆପଣ ମାନଙ୍କୁ ଜଣେଇବୁ ସକାଳର ଏହି କଁଅଳ ଖରା ଶରୀର ପାଇଁ କଣ ଫାଇଦା ହଏ ।
୧- ଆଣମାନେ ସାଧାରଣତଃ ଜାଣିଥିବେ ଶିତଦିନେ ଅଧିକାଂଶ ସମୟରେ ଗୋଡ-ହାତ ବଧିରା ହୋଇଯାଇଥାଏ । ଯେଉଁଥିପାଇଁ ଚାଲିବା ପାଇଁ ବା କାମ କରିବାକୁ କଷ୍ଟ ହୋଇଥାଏ । ତେବେ ଏଥିରୁ ରକ୍ଷାପାଇବା ପାଇଁ ଆପଣମାନେ ସକାଳୁ ଉଠି ଟିକେ କଁଅଳା ଖରା ୨ ମିନିଟ ଦେହରେ ବଜାନ୍ତୁ ଦେଖିବେ ଆପଣ ଏହି ସମସ୍ୟାରୁ ରକ୍ଷା ପାଇବେ ।
୨- ଶୀତ ଦିନିଆ କଅଁଳ ଖରାରେ ବସିବା ଦ୍ୱାରା ମଧୁମେହ ରୋଗୀ ଏବଂ ହୃଦରୋଗୀମାନଙ୍କୁ ଅନେକ ଲାଭ ମିଳିଥାଏ ।
୩- ତେବେ ଏହି ସକାଳ ଖରାରେ ବସିଲେ ଆମଶରୀରକୁ ପ୍ରଚୁର ପରିମାଣର ଭିଟାମିନ ଡି ମିଳିବା ସହିତ ସକାଳ ଏବଂ ସଂନ୍ଧ୍ୟା ସମୟରେ ୧୦-୧୫ମିନିଟ୍ ସୂର‌୍ୟ୍ୟକିରଣର ସଂସ୍ପର୍ଶରେ ଆସିଲେ ଶରୀରରେ ଭିଟାମିନ୍ ଡ଼ିର ସ୍ତର ୯୦ପ୍ରତିଶତ ପର‌୍ୟ୍ୟନ୍ତ ବଢ଼ି ଯାଇଥାଏ । ତେଣୁ ଏପରି କରନ୍ତୁ ଦେଖିବେ ଆଣ୍ଠୁ-ଗଣ୍ଠିର ସମସ୍ୟା ମଧ୍ୟ ଦୂର ହୋଇଯିବ ।
୪- ତାହାସହିତ ଯଦି ଆପଣମାନେ ଶୋଚବାରେ ଅସୁବି ଧା ଅନୁଭବ କରୁଛନ୍ରତି ତାହେଲେ ସକାଳୁ ଉଠି ୧୫ ମିନିଟ ଶୀତୁଆ ସକାଳର କଁଅଳ ଖରାରେ ବସନ୍ତୁ । ଯାହାଦ୍ୱାରା ଆପଣଙ୍କୁ ଠିକ ସେ ନିଦ ହେବ ।

Share This Article
Leave a comment