୧୦ ବରିଷ୍ଠ ଅଧିକାରୀଙ୍କୁ ୧୦ ଜିଲ୍ଲା ଦାୟିତ୍ବ

Odisha Hot News
1 Min Read

ଭୁବନେଶ୍ବର : ୧୦ ଆକାଂକ୍ଷୀ ଜିଲ୍ଲା ପାଇଁ ୧୦ ଅଧିକାରୀ ନିଯୁକ୍ତ ହୋଇଛନ୍ତି । ୩ ମାସ ପାଇଁ ଜିଲ୍ଲା ଦାୟିତ୍ବରେ ରହିବେ ୧୦ ବରିଷ୍ଠ ଅଧିକାରୀ । ଏହି ଅଧିକାରୀ ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଜଳସେଚନର ସମୀକ୍ଷା କରିବେ ।

ନୂଆପଡା ଦାୟିତ୍ବରେ ବିଷ୍ଣୁପଦ ସେଠୀ, ରାୟଗଡା ଦାୟିତ୍ବରେ ନିକୁଞ୍ଜ ଧଳ, ନବରଙ୍ଗପୁର ଦାୟିତ୍ବରେ ଅରବିନ୍ଦ ଅଗ୍ରୱାଲ, କନ୍ଧମାଳ ଦାୟିତ୍ବରେ ମଧୁସୂଦନ ପାଢୀ, କଳହାଣ୍ଡି ଦାୟିତ୍ବରେ ସତ୍ୟବ୍ରତ ସାହୁ, ମାଲକାନଗିରି ଦାୟିତ୍ବରେ ଏନ.ବି. ଜାୱେଲ, ବଲାଙ୍ଗିର ଦାୟିତ୍ବରେ ସୁରେନ୍ଦ୍ର କୁମାର, ଢେଙ୍କାନାଳ ଦାୟିତ୍ବରେ ରଞ୍ଜନା ଚୋପ୍ରା ଓ କୋରାପୁଟ ଦାୟିତ୍ବରେ ସନ୍ତୋଷ ଷଡଙ୍ଗୀ ରହିଛନ୍ତି ।

Share This Article