କୋରାପୁଟ: କୋଟିଆ ମାମଲାର ଆଜି ସୁପ୍ରିମକୋର୍ଟରେ ଶୁଣାଣି । ଆନ୍ଧ୍ରପ୍ରଦେଶ ବିରୋଧରେ ଓଡ଼ିଶା କରିଥିବା ଅଦାଲତ ଅବମାନନା ମାମଲାରେ ଶୁଣାଣି ରହିଛି । ଜଷ୍ଟିସ୍ ଏ.ଏମ୍ ଖାଣ୍ଡିଲକର ଓ ଜଷ୍ଟିସ୍ ଦିନେଶ ମାହେଶ୍ୱରୀଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିବେ। ଶୁଣାଣି ପୂର୍ବରୁ ସର୍ବୋଚ୍ଚ ଅଦାଲତରେ ସତ୍ୟପାଠ ଦାଖଲ କରିଛନ୍ତି ବିଜୟନଗରମ୍ ଜିଲ୍ଲାପାଳ । ସତ୍ୟପାଠରେ ଉଲ୍ଲେଖ ଅଛି, ୨୦୦୬ ରାୟରେ ସୁପ୍ରିମକୋର୍ଟ କୌଣସି ନିର୍ଦ୍ଦେଶନାମା ଦେଇ ନଥିଲେ । ତେଣୁ କୋଟିଆରେ ନିର୍ବାଚନ କରି ଅଦାଲତଙ୍କ ଅବମାମନା କରାଯାଇ ନାହିଁ । ଆନ୍ଧ୍ରର ସତ୍ୟପାଠକୁ ସର୍ବୋଚ୍ଚ ଅଦାଲତ ଗ୍ରହଣ କରିବେ କି ନାହିଁ ତାଉପରେ ନଜର ରହିଛି ।
କୋଟିଆ ମାମଲାର ଆଜି ସୁପ୍ରିମକୋର୍ଟରେ ଶୁଣାଣି

You Might Also Like
Odisha Hot News
- Advertisement -
Comment