ଢେଙ୍କାନାଳ: ନାବାଳିକାକୁ ଦୁଷ୍କର୍ମ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅଞ୍ଚଳରେ ଜଣେ ୮ବର୍ଷର ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ସଙ୍ଗୀନ ଅଭିଯୋଗ ହୋଇଛି । ତେବେ ଦୁଷ୍କର୍ମକାରୀକୁ ଗ୍ରାମବାସୀ ଅଟକ ରଖି ନିର୍ଦ୍ଧୁମ ଛେଚିଥିବାବେଳେ, ପରେ ପୋଲିସର ଜିମା ଦେଇଥିଲେ । ସୂଚନା ଅନୁଯାୟୀ, ଗତ ବୁଧବାର ନାବାଳିକା ନିକଟସ୍ଥ ନଳକୂଅରୁ ପାଣି ଆଣୁଥିବା ସମୟରେ ତାର ଜଣେ ଦୂର ସମ୍ପର୍କୀୟ ମାମୁଁ ଟେକି ନେଇ ଦୁଷ୍କର୍ମ କରିଥିଲା । ଗୁରୁତର ନାବାଳିକାକୁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ହିନ୍ଦୋଳ ଥାନା ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି ।
୮ବର୍ଷର ନାବାଳିକାକୁ ଟେକି ନେଇ ଦୁଷ୍କର୍ମ କଲା ସମ୍ପର୍କୀୟ ମାମୁଁ !

You Might Also Like
Odisha Hot News
- Advertisement -
Comment