ମାତିଛନ୍ତି ଶିକ୍ଷା ବେପାରି, ସରାକରଙ୍କ ବିନା ଅନୁମତିରେ କରୁଛନ୍ତି ଶିକ୍ଷା ଅନୁଷ୍ଠାନ!

Odisha Hot News
1 Min Read


ଭୁବନେଶ୍ୱର : ନିୟମ ଉଲଙ୍ଘନ କରି ରାଜ୍ୟରେ ଚାଲିଛି ବେସରକାରୀ ବିଦ୍ୟାଳୟ ! ଏନଓସି ନନେଇ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚାଲିଛି ବେସରକାରୀ ବିଦ୍ୟାଳୟ । ସରକାର ବାରମ୍ବାର ତାଗିତ୍ ସତ୍ୱେ ବିଦ୍ୟାଳୟ  କର୍ତ୍ତୁପକ୍ଷ କର୍ଣ୍ଣପାତ ନ କରୁନାହାନ୍ତି । ସେଥିଲାଗି ସରକାର କଡ଼ା ଆଭିଭୁଖ୍ର ଗ୍ରହର କରିଛନନ୍ତି । ଏକ ସ୍ୱତନ୍ତ୍ର ବିଜ୍ଞପ୍ତି ଜରିଆରେ ବେସରକରୀ ବିଦ୍ୟାଳୟର ତାଲିକା ପ୍ରକାଶ କରଛନ୍ତି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ । କେବଳ ଏହି ତାଲିକା ପ୍ରକାଶ କରିନାହାନ୍ତି ବରଂ ସ୍ବୀକୃତି ପାଇନଥିବା ବେଆଇନ ସ୍କୁଲଗୁଡ଼ିକରେ ନିଜ ନିଜ ପିଲାଙ୍କୁ ନାମ ଲେଖାଇ ହଇରାଣରେ ନ ପଡ଼ିବାକୁ ପରାମର୍ଶ ଦେଇଛନ୍ତି। ଏହି ତାଲିକା ପ୍ରକାଶ ପାଇବା ପରେ ଅଭିଭାବକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।ନିଜ ପିଲା ପଢ଼ୁଥିବା ସ୍କୁଲକୁ ତାଲିକାରେ ନ ପାଇ କେତେକ ଅଭିଭାବକ ଛାନିଆଁ ହୋଇଛନ୍ତି। ସରକାରୀ ତାଲିକା ମୁତାବକ କେନ୍ଦ୍ରାପଡା, ଢେଙ୍କାନାଳରେ ସର୍ବନିମ୍ନ ରହିଥିବା ବେଳେ ଖୋର୍ଦ୍ଧାରେ ସର୍ବାଧିକ ରହିଛି। ସେହିଭଳି ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ବଲାଙ୍ଗୀର, ବରଗଡ଼ , କଟକ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, କେଉଁଝର, କୋରାପୁଟ, କନ୍ଧମାଳ, ମୟୂରଭଞ୍ଜ, ମାଲାକାନାଗିରି, ରାୟଗଡ଼ା, ନୟାଗଡ଼, ନୂଆପଡ଼ା, ପୁରୀ, ସମ୍ବଲପୁର, ସୁନ୍ଦରଗଡ଼, ସୁବର୍ଣ୍ଣପୁରରେ ଏପରି ଭାବରେ ବିଦ୍ୟାଳୟ ଥିବା ସୂଚନା ମିଳିଛି । ତେବେ କେବେଠାରୁ ସରକାର କାର‌୍ୟ୍ୟାନୁଷ୍ଠାନ ନେବେ ତାହା ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ।

Share This Article
Leave a comment