ଭୁବନେଶ୍ବର: କୃଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନକୁ ଓଡ଼ିଶାରେ ସମର୍ଥନ ଜଣାଇ ନବ ନିର୍ମାଣ କୃଷକ ସଂଗଠନ ଆସନ୍ତାକାଲି ଚକ ଅଖ ଜାମର ଡାକରା ଦେଇଛି। ଆସନ୍ତାକାଲି ଦିନ ୧୨ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ରାଜ୍ୟରେ ୨୨ରୁ ୨୩ଟି ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରାଯିବ ବୋଲି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ କରାଯାଇଛି।
ରାସ୍ତାରେ ବିକ୍ଷୋଭ କରିବା ସହ କେନ୍ଦ୍ର ସରକାର କୃଷକମାନଙ୍କ ଉପରେ କରୁଥିବା ଅତ୍ୟାଚାର ବିଷୟରେ ବୁଝାଯିବ ବୋଲି ନବନିର୍ମାଣ କୃଷକ ସଂଗଠନର ଆବାହକ ଅକ୍ଷୟ କୁମାର ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, କେନ୍ଦ୍ରର ତିନୋଟି ବିବାଦୀୟ କୃଷି ଆଇନ୍ ବିରୋଧରେ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଆସନ୍ତା ୬ ତାରିଖରେ ହେବାକୁ ଥିବା ‘ଚକ ଜାମ୍’ ଡାକରାରେ ସାମିଲ୍ ହେବ ନାହିଁ ଭାରତୀୟ କିଷାନ ସଂଘ(ବିକେଏସ୍)। ପ୍ରଥମେ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ନୂତନ କୃଷି ଆଇନ୍କୁ ବିରୋଧ କରି ଦେଶବ୍ୟାପୀ ‘ଚକ ଜାମ୍’ ହେବ ବୋଲି କୁହାଯାଇଥିଲା। ମାତ୍ର ପରେ ନିଷ୍ପତ୍ତି ନଆଯାଇଛି କି ଫେବ୍ରୁଆରି ୬ ତାରିଖରେ ସଟ୍ଡାଉନ୍ ହେବ ନାହିଁ କେବଳ ‘ଚକା ଜାମ’ କାର୍ଯ୍ୟକ୍ରମ ହେବ। ଚାଷୀମାନଙ୍କର ଏହି ନିଷ୍ପତ୍ତିକୁ କୋଣଅନୁକୋଣରୁ ସମର୍ଥନ ମିଳିଥିବା ବେଳେ ବିକେଏସ୍ କିନ୍ତୁ ଏହା ବିପକ୍ଷରେ ମତ ରଖିଛି।
Comment