ବରଗଡ଼ : ୬ ଦିନ ପରେ ମିଳିଲା ନାବାଳିକାଙ୍କ ମୃତ ଦେହ । ତେବେ ଏହି ମୃତଦେହ ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ଭେଡେନ ବ୍ଳକ ବିନ୍ଧ୍ୟାବାସିନୀ ପାହାଡରେ । ମୃତ ନାବାଳିକା ଜଣଙ୍କ ହେଲେ ପିଙ୍କି । ସୂଚନା ମୁତାବକ, ପିଙ୍କି ୬ ଦିନ ତଳେ ୨ ଜଣ ଯୁବକଙ୍କ ସହିତ କୁଆଡେ ଚାଲିଯାଇଥିଲେ । ତାପରେ ଆଉ ଘରକୁ ଫେରି ନଥିଲେ । ଏନେଇ ଗତକାଲି ପିଙ୍କିର ମା ଭେଡେନ ଥାନାରେ ଅଭିଯୋଗ କରିଥିଲେ । ତେବେ ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା କିନ୍ତୁ ପିଙ୍କିର କିଛି ଖୋଜ ଖବର ପାଇନଥିଲା ପୁଲିସ । ସେପଟେ ଆଜି ବିନ୍ଧ୍ୟାସିନୀ ପାହଡରେ ଜଣେ ନାବାଳିକାଙ୍କ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଲରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇ ପଠାଇଛି । ଅନ୍ୟପଟେ ସାଇଣ୍ଟିଫିକ ଟିମ ସାହାର୍ଯ୍ୟରେ ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରୁଥିବା ଜଣାପଡିଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇପାରି ନାହିଁ ।
ନିଖୋକ ପରେ ପାହଡ ତଳୁ ମିଳିଲା ନାବାଳିକାଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ଏହା ଅସ୍ପଷ୍ଟ !

Leave a comment
Leave a comment