ଭୁବନେଶ୍ୱର : ଓଡ଼ିଶାର କଳା, ସଂସ୍କୃତି ଓ ବିଧାୟକଙ୍କ ବିରୁଧରେ ତାଙ୍କ ଟ୍ୱିଟରରେ କଟୁ ମନ୍ତବ୍ୟ ଦେଇ ବିବାଦ ଘେରକୁ ଟାଣି ହୋଇ ଆସିଥିଲେ ଦିଲ୍ଲୀର ସମ୍ବାଦିକ ଅଭିଜିତ ଆୟର ମିତ୍ର । ତେବେ ଏହି ଓଡ଼ିଶା ବିରୋଧି ବୟାନ ଯୋଗୁ ଗତ ଅକ୍ଟୋବର ମରସରେ ତାଙ୍କୁ ଗିରଫ କରାଯାଇଥିଲା । ତେବେ ଆୟରଙ୍କୁ ଓଡ଼ିଶା ସରକାର କ୍ଷମା ଦେବା ପରେ ସେ ବନ୍ଦୀ ଜିବନରୁ ମୁକ୍ତି ପାଛନ୍ତି । ଜେଲରୁ ଅଭିଜିତ ଆୟର ମିତ୍ର ମୁକିଳିଲା ପରେ ଆଜି ସେ ଦୁଇଟି ଟ୍ୱିଟ କରିଛନ୍ତ । ନିଜର ପ୍ରଥମ ଟ୍ଵିଟରେ ସେ ଲେଖିଛନ୍ତି, “ମୁଁ ୧୦ମ ପଢୁଥିବାବେଳେ ମୋ ଇଂରାଜୀ ଶିକ୍ଷୟିତ୍ରୀ ପ୍ରେମା ରଘୁନାଥ ମୋତେ କହିଥିଲେ, “ ତୁମର ଜୋକ୍ସ( ବ୍ୟଙ୍ଗ) ଗୁଡାକ ତୁମର ସିରିୟସ କଥା ତୁଳନାରେ ଅଧିକ ଭୟଙ୍କର”। ଆଜି ବୁଝିପାରୁଛି କଣ କହିଥିଲେ । ତ’ା ପରେ ପ୍ରଥମ ଟ୍ୱିଟର କିଛି ଘଣ୍ଟାର ବ୍ୟବଧାନରେ ସେ ଆଉ ଏକ ଟ୍ୱିଟ କରିଛନ୍ତି । ତେବେ ଦ୍ୱିତୀୟ ଟ୍ୱିଟରେ ଲେଖିଛନ୍ତି ଯେ “ଜେଲରେ ରହିବା ପରେ ବୋଧହୁଏ ମୋର ପାଟିର ସ୍ୱାଦ ବାରିବା ଓ ଆଘ୍ରାଣ ଶକ୍ତି ବଢିଯାଇଛି ଓ ମୋ ମଧ୍ୟରେ ଥିବା ତାମିଲ ବ୍ରାହ୍ମଣ ଜାଗ୍ରତ ହୋଇଯାଇଛି । ମାଛ, ମାଂସ ଏପରିକି ପିଆଜ ରସୁଣ ଦେଖିଲେ ଘୃଣା ଲାଗୁଛି, କେବଳ ରସମସଦମ, କିରାଇ ଓ ଥାଇରସଦମ, ଲେମ୍ବୁ ଆଚାର ପରି ସାଧାସିଧା ସାତ୍ତ୍ୱିକ ତାମିଲ ଆହାର ଖାଇବାକୁ ଭଲ ଲାଗୁଛି ।” ତାଙ୍କର ଏହି ଟ୍ଵିଟ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।
ଜେଲରୁ ମୁକୁଳିବା ପରେ ପୁଣି ଦୁଇ ଟି ଟ୍ୱିଟ କରି ଚର୍ଚ୍ଚାରେ ଆୟର !

Leave a comment
Leave a comment