ଭାରସାମ୍ୟ ହରାଇ ହୋଟେଲ ଭିତରକୁ ପଶିଗଲା ତେଲ ଟ୍ୟାଙ୍କର

Odisha Hot News
0 Min Read

କରଞ୍ଜିଆ: ହୋଟେଲ ଭିତରକୁ ପଶିଗଲା ଟ୍ୟାଙ୍କର। ଅଲ୍ପକେ ବର୍ତ୍ତିଲେ ହୋଟେଲ କର୍ମଚାରୀ। ୪୯ ନମ୍ବର ଜାତୀୟ ରାଜପଥ ପଦ୍ମପୁରଠାରେ ଥିବା କନକ ରେସିଡେନ୍‌ସିରେ ପଶିଗଲା ରିଲାଏନ୍ସ ତେଲ ଟ୍ୟାଙ୍କର। ଗାଡିଟି ଯାଉଥିବାବେଳେ ଭାରସାମ୍ୟ ହରାଇ ହୋଟେଲ ଭିତରକୁ ପଶିଯାଇଥିଲା। ତେବେ ଏନେଇ ଖବର ପାଇ ଯଶୀପୁର ପୋଲିସ ଘଟଣାସ୍ଥଳରେ ପହଁଚି, ଡ୍ରାଇଭରକୁ ଅଟକ ରଖିବା ସହିତ ତଦନ୍ତ କରୁଛି।

Share This Article