୧୦ ଦିନ ଭିତରେ ରାଜ୍ୟରେ ପହଞ୍ଚିବ ଟିକା : ଡା. ସିବିକେ ମହାନ୍ତି

Odisha Hot News
1 Min Read

ଭୁବନେଶ୍ବର: ରାଜ୍ୟରେ ଆଉ ୧୦ ଦିନ ମଧ୍ୟରେ କରୋନା ଟିକା ପହଞ୍ଚିବ। ପହଞ୍ଚିବାର ଦିନେ କିମ୍ବା ଦୁଇ ଦିନ ଭିତରେ ଟିକାକରଣ ଆରମ୍ଭ କରାଯିବ ବୋଲି ସୂଚନା ଦେଇଛନ୍ତି ଡିଏମଇଟି ଡା. ସିବିକେ ମହାନ୍ତି। ସେ କହିଛନ୍ତି, ‘‘କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ୧୦ ଦିନ ମଧ୍ୟରେ ଟିକା ପହଞ୍ଚିବ ଓ ପହଞ୍ଚିବାର ୨ ଦିନ ମଧ୍ୟରେ ଟିକାକରଣ ହେବ । ଟିକାକରଣ ପାଇଁ ଆମ‌େ ପ୍ରସ୍ତୁତ ରହିଛୁ। ବର୍ତ୍ତମାନ ସୁଦ୍ଧା ଯେଉଁ ଦୁଇଟି ଟିକା ଆସିଛି, ତାହାକୁ ୨ଟି ଡୋଜ୍‌ରେ ଦିଆଯିବ। ପ୍ରଥମ ଡୋଜ୍‌ ଦେବାର ୨୮ ଦିନ ପରେ ଦ୍ବିତୀୟ ଡୋଜ୍‌ ଦିଆଯିବ।’’

ଏଥିସହ ଡିଏମଇଟି ଡା. ମହାନ୍ତି ସ୍ପଷ୍ଟ କରିଛନ୍ତି ଯେ ଟିକାକରଣ କାହା ପାଇଁ ବି ବାଧ୍ୟତାମୂଳକ ନୁହେଁ। ଯେଉଁ ସ୍ବାସ୍ଥ୍ୟକର୍ମୀ ଚାହିଁବେ ଟିକା ନେଇପାରିବେ ଓ ଯେଉଁମାନେ ଚାହିଁବେନି ସେମାନେ ଟିକା ନେବେ ନାହିଁ। ଟିକା ଗ୍ରହଣ କରିବା ସଂପୂର୍ଣ୍ଣ ଇଚ୍ଛାଧୀନ। ପୂର୍ବରୁ ଏ ନେଇ ସରକାର ଘୋଷଣା କରି ସାରିଛନ୍ତି ।

Share This Article