ପୁଣି ଥରେ ଗାଡି କାଗଜପତ୍ରର ବୈଧତା ୩ ମାସ ବଢିଲା

Odisha Hot News
1 Min Read

ଭୁବନେଶ୍ୱର: ଓଡ଼ିଶା ସରକାର ଆଜି ଡିଏଲ୍ ଆବେଦନ କରିବା ପାଇଁ ଲର୍ଣ୍ଣର୍ ଲାଇସେନ୍ସଧାରୀଙ୍କ ସମୟ ସୀମା ବଢ଼ାଇଛନ୍ତି। ଯେଉଁ ଲର୍ଣ୍ଣର୍ ଲାଇସେନ୍ସଧାରୀଙ୍କ ଡିଏଲ୍ ଡିସେମ୍ବର ୩୧ ତାରିଖ ସୁଦ୍ଧା ଶେଷ ହେବ, ସେମାନଙ୍କ ଲାଗି ୨୦୨୧ ମାର୍ଚ୍ଚ ୩୧ ଯାଏଁ ଏହାର ବୈଧତାକୁ ବଢ଼ାଯାଇଛି। ଏହି ସମୟ ଭିତରେ ସେମାନେ ଡିଏଲ୍ ପାଇଁ ଆବେଦନ କରିପାରିବେ ବୋଲି ଜଣାଯାଇଛି। ଏନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ପକ୍ଷରୁ ଏକ ସରକାରୀ ନିର୍ଦ୍ଦେଶ ଜାରି କରାଯାଇଛି।

ସୂଚନାଯୋଗ୍ୟ, କରୋନା ମହାମାରୀ ଯୋଗୁ ଭାରତ ସରକାର ଫିଟନେସ୍, ଅନୁମତି (ସମସ୍ତ ପ୍ରକାର), ଡ୍ରାଇଭିଂ ଲାଇସେନ୍ସ, ପଞ୍ଜୀକରଣ ପ୍ରମାଣପତ୍ର ଇତ୍ୟାଦିର ବୈଧତା ବୃଦ୍ଧି ପାଇଁ ଏକ ଆଡଭାଇଜାରି ଜାରି କରିଥିଲେ।

Share This Article