ବସୁଧା ଜଳପ୍ରକଳ୍ପର ଭିତିପ୍ରସ୍ଥର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ !

Odisha Hot News
1 Min Read


ଭୁବନେଶ୍ୱର : ବସୁଧା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭିତି ପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି ଏହି ଅଂଚଳବାସୀ ପାଇପାରିବେ ବିଶୁଦ୍ଧ ମଧୁର ପାନୀୟ ଜଳ । ଏହି ପ୍ରକଳ୍ପ ଅନୁଯାଇ ପ୍ରତିଦିନ ୭୦ ଲିଟର ବିଶୁଦ୍ଧ ପାଣି ପାଇବେ ଲୋକ । ୨୪୧କୋଟି ଟଙ୍କାର ଏହି ପ୍ରକଳ୍ପ ଦ୍ୱାରା ମହାକାଳପଡା ଓ ମାର୍ଶାଘାଇ ବ୍ଲକର ୨ଶହ ଗାଁକୁ ବିଶୁଦ୍ଧ ପାନୀୟ ଜଳ ମିଳିବ । ଏହି ପ୍ରକଳ୍ପ ଦ୍ୱାରା ମହାକାଳପଡା ବ୍ଲକର ୧୪୮ ଟି ଗାଁ ଓ ମାର୍ଶାଘାଇ ବ୍ଲକର ୫୨ଟି ଗାଁର ଲୋକେ ବିଶୁଦ୍ଧ ପିଇବା ପାଣି ପାଇପାରିବେ । ଏହାସହ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗର ନୂଆ ଟୋଲଫ୍ରୀ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି । ୧୯୧୬ ନମ୍ବରରେ କଲ କରି ନିଜ ଗାଁର ପାଣି ସମସ୍ୟା ବିଷୟରେ ଜଣାଇପାରିବେ । ଜଳ ପ୍ରକଳ୍ପର ଭିତିପ୍ରସ୍ଥର କାର୍ଯ୍ୟକ୍ରମ ଶେଷ ହେବା ପରେ ଏକ ବିରାଟ ସାଧାରଣ ସଭାରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Share This Article
Leave a comment