ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ପାଇଁ କେନ୍ଦ୍ରକୁ ସୁପାରିସ କରିଲେ ମୁଖ୍ୟମନ୍ତ୍ରୀ

Odisha Hot News
1 Min Read

ଭୁବନେଶ୍ୱର: ଦୁର୍ନୀତି ଅଭିଯୋଗରେ ନିଲମ୍ବିତ ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ପାଇଁ କେନ୍ଦ୍ରକୁ ସୁପାରିସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

କେନ୍ଦ୍ରକୁ ଲେଖିଥିବା ଚିଠିରେ ମୁଖ୍ୟମନ୍ତ୍ରୀ ଆଇଏଫ୍ଏସ୍ ଅଧିକାରୀ ଅଭୟକାନ୍ତ ପାଠକଙ୍କ ଦୁର୍ନୀତିକୁ ଦୃଢ ଭାବେ ନିନ୍ଦା କରିଛନ୍ତି। ପ୍ରଥମ ଥର ପାଇଁ ଦୁର୍ନୀତି ଅଭିଯୋଗରେ ଜଣେ ସର୍ବଭାରତୀୟ ସେବା ଅଧିକାରୀଙ୍କୁ ଅବସର ଦେବାକୁ ଓଡ଼ିଶା ସରକାର ସୁପାରିସ କରିଛନ୍ତି।
ଏହି ଚିଠିରେ କୁହାଯାଇଛି ଯେ,୨୦କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଜମା କରିବାର ପ୍ରମାଣ ପାଇବା ପରେ ରାଜ୍ୟ ଭିଜିଲାନ୍ସ ବିଭାଗ ଅଭୟକାନ୍ତ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକଙ୍କୁ  ଗିରଫ କରିଛି। ଉଭୟ ବାପା ଓ ପୁଅ ଏବେ ଜେଲରେ ଅଛନ୍ତି।

ଅଭୟକାନ୍ତଙ୍କ ପୁଅ ଆକାଶଙ୍କୁ ଜାଲିଆତି, ପ୍ରତାରଣା ଏବଂ ନକଲି ମାମଲାରେ କ୍ରାଇମ ବ୍ରାଞ୍ଚ ଗିରଫ କରିଛି ବୋଲି ମୁଖ୍ୟମନ୍ତ୍ରୀ ଏହି ଚିଠିରେ ଉଲ୍ଲେଖ କରିଛନ୍ତି।

ଲକଡାଉନ୍ ସମୟରେ ଅଭୟକାନ୍ତ ପାଠକ ଏବଂ ତାଙ୍କ ପୁଅ ଚାର୍ଟାର୍ଡ ବିମାନରେ ଉଡ଼ୁଥିଲେ ଏବଂ ବିଳାସପୂର୍ଣ୍ଣ ପଞ୍ଚ ତାରକା ଏବଂ ସାତ ତାରକା ହୋଟେଲରେ ରହିଥିଲେଏବଂ ଉଭୟ ବାପା ଏବଂ ପୁଅ ବେସରକାରୀ ସିକ୍ୟୁରିଟି ଗାର୍ଡ ବ୍ୟବହାର କରୁଥିଲେ ବୋଲି ଏହି ଚିଠିରେ ଉଲ୍ଲେଖ କରାଯାଇଛି।

Share This Article