ପୁଲିସ ଡିଜି ଅଭୟଙ୍କ ମାଲକାନଗିରି ବିଏସଏଫ କ୍ୟାମ୍ପକୁ ଦ୍ବିତୀୟ ଗସ୍ତ: ମାଓ ଦମନ ନେଇ ସ୍ଥିତିର ସମୀକ୍ଷା କଲେ

Odisha Hot News
1 Min Read

ମାଲକାନଗିରି: ଆଜି ସ୍ୱାଭିମାନ ଅଞ୍ଚଳ ହନ୍ତାଳଗୁଡ଼ା ବିଏସଏଫ କ୍ୟାମ୍ପକୁ ମାଓବାଦୀ ଦମନ ନେଇ ଅଞ୍ଚଳ ସ୍ଥିତି ସମୀକ୍ଷା କରିବାକୁ ପହଞ୍ଚିଥିଲେ ଓଡ଼ିଶା ପୁଲିସ ଡିଜି ଅଭୟ। ସେ ଆଇ. ଜି ଅପରେସନ ଅମିତାଭ ଠାକୁର, ଡାଇରେକ୍ଟ ଇଣ୍ଟିଲଜେନସ ଆର.କେ ଶର୍ମା, ଡି ଆଇ ଜି ଏସ. ଆଇ. ଡବ୍ଲ୍ୟୁ ଅନିରୁଦ୍ଧ ସିଂହ, ଏସ.ପି ଋଷିକେଶ ଡି. ଖିଲାରିଙ୍କ ସହ ବୈଠକରେ ଯୋଗ ଦେଇ ମାଓଗଡ଼ ସ୍ଥିତି ସମୀକ୍ଷା କରିଥିଲେ।

ହନ୍ତାଳଗୁଡ଼ା ବିଏସଏଫ୍ କ୍ୟାମ୍ପରେ ବୈଠକ ଶେଷ ହେବା ପରେ ଡିଜି ଅଭୟ କହିଛନ୍ତି ଯେ ଏହା ସ୍ୱାଭିମାନ ଅଞ୍ଚଳକୁ ତାଙ୍କର ଦ୍ବିତୀୟ ଗସ୍ତ। ମାଓବାଦୀଙ୍କ ମନୋବଳ ପୁରା ଦୁର୍ବଳ ଅଛି। ତାଙ୍କୁ ଗାଁ ଲୋକେ ସମର୍ଥନ କରୁନାହାନ୍ତି ବୋଲି ପୁଲିସ ଡିଜି ଅଭୟ ପ୍ରକାଶ କରିଛନ୍ତି। ମାଓବାଦୀଙ୍କୁ ଖସିଯିବାରେ ଆଉ ବାଟ ନାହିଁ।ପୁଲିସ ନିକଟରେ ଆତ୍ମସମର୍ପଣ ମାଓବାଦୀମାନଙ୍କର ଶେଷ ରାସ୍ତା ବୋଲି ବି ସେ କହିଛନ୍ତି।

Share This Article