ପୁଣି ଚର୍ଚ୍ଚାରେ ନୟାଗଡ଼: ଦଧିପାଟଣା ଗାଁରୁ ତିନି ବର୍ଷର ଶିଶୁକନ୍ୟା ନିଖୋଜ

Odisha Hot News
1 Min Read

ନୟାଗଡ଼: ନୟାଗଡ଼ ଜିଲ୍ଲାରୁ ପୁଣି ଜଣେ ଶିଶୁକନ୍ୟା ନିଖୋଜ ଅଭିଯୋଗ। ମିଳିଥିବା ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକ୍ ଅନ୍ତର୍ଗତ ଦଧିପାଟଣା ଗାଁର ସଞ୍ଜୟ କୁମାର ସାହୁଙ୍କ ତିନି ବର୍ଷର ଝିଅ ହରପ୍ରିୟା ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିବା ଖବର ମିଳିଛି। ତେବେ ଏନେଇ ସୁନାଖଳା ଫାଣ୍ଡିରେ ଗତକାଲି ଏତଲା ଦିଆଯାଇଛି।

ସଞ୍ଜୟ କୁମାର ସାହୁଙ୍କ ଅଭିଯୋଗ ଅନୁଯାୟୀ, ଗତକାଲି ଅପରାହ୍ନ ୨ଟା ବେଳେ ଝିଅ ହରପ୍ରିୟା ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଛି। ଅଭିଯୋଗ ମିଳିବା ପରେ ପୋଲିସ୍‌, ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍ଟ ଟିମ୍ ଗାଁରେ ଥିବା ତିନୋଟି ପୋଖରୀ ଓ ନିକଟସ୍ଥ ଜଙ୍ଗଲ ଖୋଜାଖୋଜି କରିଥିଲେ। ହେଲେ କେଉଁଠାରୁ ହରପ୍ରିୟାଙ୍କ ପତ୍ତା ମିଳିନଥିଲା। ଏବେ ରଣପୁର ଥାନା ଆଇଆଇସି ଜ୍ୟୋତି ପ୍ରକାଶ ପଣ୍ଡା ଦଧିପାଟଣା ଗାଁରେ ତନାଘନା ଆରମ୍ଭ କରିଛନ୍ତି ।

Share This Article