ଖୁବ ଶୀଘ୍ର ଏକାମ୍ରକ୍ଷେତ୍ର ହେବ ଭିକାରୀମୁକ୍ତ

Odisha Hot News
1 Min Read

ଭୁବନେଶ୍ବର : ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଏବଂ ଭୁବନେଶ୍ୱର  ଡେଭେଲେପମେଣ୍ଟ (ବିଡିଏ) ଖୁବ ଶିଘ୍ର ଏକାମ୍ରକ୍ଷେତ୍ରକୁ ଭିକାରୀ ମୁକ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି। ଏକାମ୍ରକ୍ଷେତ୍ର ଯୋଜନା ମାଧ୍ୟମରେ  ଏକାମ୍ର କ୍ଷେତ୍ରର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକାରଣ ପାଇଁ ରାଜ୍ୟ ସରକାର ଏହି ନିଷ୍କତ୍ତି  ନେଇଥିବା ବିଡିଏ ତରଫରୁ ଜଣାପଡିଛି। ମନ୍ଦିର ପାଖରେ ଭିକ୍ଷା ବୃତ୍ତି କରି ପେଟ ପୋଷୁଥିବା ଭିକାରୀମାନଙ୍କୁ ଓଡିଶା ସରକାରଙ୍କ ‘ସାହାୟା’ ଯୋଜନା ଅଧୀନରେ   ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ପ୍ରୟାସ ଜାରି ରହିଥିବା ପ୍ରେସ ବିବୃତ୍ତି ମାଧ୍ୟମରେ ଜଣାଇଛି  ବିଏମସି।

ସେହିପରି  ଭିକାରୀ ଏବଂ ଭୂମିହୀନ ଲୋକଙ୍କୁ ଚିହ୍ନଟ କରିବା ପାଇଁ ବିଏମସି ଓଲ୍ଡ ଟାଉନ୍ ଅଞ୍ଚଳରେ ସର୍ଭେ ଆରମ୍ଭ କରିଛି।  ଏହା ସହିତ ଯେଉଁ ଭିକାରୀମାନେ ଘରକୁ ଫେରିବାକୁ ଚାହୁଁଛନ୍ତି ସେମାନଙ୍କୁ ଘରକୁ ଯିବାକୁ  ବନ୍ଦୋବସ୍ତ କରିବ ଏବଂ ଯେଉଁମାନେ ଫେରିବାକୁ ଇଚ୍ଛା କରନ୍ତି ନାହିଁ ସେମାନେ ବିଭିନ୍ନ ଆଶ୍ରୟ ଗୃହରେ ଥଇଥାନ କରାଯିବ ବୋଲି ବିଏମସି କହିଛି । ଭିକାରୀମାନଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ଆଶ୍ରୟ ଗୃହକୁ ସ୍ଥାନାନ୍ତର କରିବାରେ ପ୍ରଶାସନ ଅଣ-ସରକାରୀ ସଂଗଠନ (ଏନଜିଓ) ଏବଂ ସରକାରୀ କର୍ମଚାରୀଙ୍କୁ ନିୟୋଜିତ କରିଛି ।

Share This Article