ଆସନ୍ତାକାଲିଠାରୁ ୩ ଦିନିଆ ରିମାଣ୍ଡରେ ଯିବେ ଅଭୟ ପାଠକ : ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି

Odisha Hot News
1 Min Read

ଭୁବନେଶ୍ୱର: ୩ ଦିନିଆ ରିମାଣ୍ଡରେ ଯିବେ ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଅଭିଯୋଗର ଫର୍ଦ୍ଦ ଗୋଟେ ପରେ ଗୋଟେ ଯୋଡି ହେବାର ଲାଗିଛି। ଅଭୟକାନ୍ତ ପାଠକଙ୍କୁ ରିମାଣ୍ଡରେ ନେବା ପାଇଁ ଭିଜିଲାନ୍ସକୁ ଏସ୍ଆଇଟି ଅନୁମତି ମାଗିଥିଲା। ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ରିମାଣ୍ଡ ପାଇଁ ଅନୁମତି ଦେଇଥିଲେ। ଅଭୟଙ୍କୁ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରିବ ଏସଆଇଟି ।

ସେହିପରି ଆକାଶ ନିଜକୁ ଟାଟା ମୋଟର୍ସ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଭାବରେ ପରିଚୟ ଦେଇ ଇ-ମେଲ୍ ଏବଂ ଅନ୍ୟାନ୍ୟ ଜାଲ୍ ଡକ୍ୟୁମେଣ୍ଟ୍ ପଠାଇ ଚାର୍ଟାର୍ଡ ଫ୍ଲାଇଟ୍ ହୋଟେଲ ବୁକ୍ କରିଥିଲେ। ଜୁନ୍ ଠାରୁ ଚଳିତ ମାସ ପର୍ଯ୍ୟନ୍ତ ୨ କୋଟି ୭୮ ଲକ୍ଷ ୩୯ ହଜାର ୮୭ ଟଙ୍କାର ବୁକିଂ କରିଥିଲେ। ଏହି ବୁକିଂ ବାବଦରେ ସେ ୨ କୋଟି ୧୩ ଲକ୍ଷ ୨୨ ହଜାର ୮ଶହ ୫୪ ଟଙ୍କା ଦେଇଥିଲେ। ଅବଶିଷ୍ଟ ଦେୟ ୬୫ ଲକ୍ଷ ୧୬ ହଜାର ୨୩୩ ଟଙ୍କା ଦେଇ ନଥିଲେ। ତେଣୁ ପ୍ଲାଏ ସ୍କାଏ ଏଜେନ୍ସି ପାଠକ ବାପ-ପୁଅଙ୍କ ବିରୋଧରେ ଏତଲା ଦେଇଛନ୍ତି।

Share This Article