ଭିଡ଼ିଓ କନଫରନେସିଂ ମାଧ୍ୟମରେ କୋଣାର୍କ ମହୋତ୍ସବ ଉଦ୍‌ଘାଟନ

Odisha Hot News
1 Min Read

କୋଣାର୍କ: କୋଣାର୍କ ସୂର୍ଯ୍ୟ ମନ୍ଦିର ପାଦଦେଶରେ ଥିବା ମୁକ୍ତାକାଶ ରଙ୍ଗମଞ୍ଚରେ ଉଦ୍‌ଘାଟିତ ହୋଇଛି ଶାତ୍ସୀୟ ବାଦ୍ୟ ,ନୃତ୍ୟ ଓ ସଂଗୀତର ମହାକୁମ୍ଭ କୋଣାର୍କ ମହୋତ୍ସବ -୨୦୨୦ । ଶାତ୍ସୀୟ ବାଦ୍ୟ ଓ ସଂଗୀତର ତାଳେତାଳେ ନୃତ୍ୟାଙ୍ଗନାଙ୍କ ନୂପୁରର ଝଙ୍କୃତ ହୋଇଛି ମୁକ୍ତାକାଶ ରଂଗମଂଚ।

ଓଡିଶା ପର୍ଯ୍ୟଟନ ବିଭାଗ ଦ୍ଵାରା ଆୟୋଜିତ କୋଣାର୍କ ଉତ୍ସଵ ୨୦୨୦କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିଜିଟାଲ ମୋଡରେ ଉଦ୍‌ଘାଟନ କରିଛନ୍ତି । ଏହା ସହିତ ସେ ଉତ୍ସଵର ସଫଳତା କାମନା କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ, ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଏବଂ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ପ୍ରମୁଖ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସଵକୁ ପ୍ରତ୍ୟକ୍ଷ ଭାବେ ଉଦ୍‌ଘାଟନ କରିଥିଲେ।

କୋଭିଡ଼ି କଟକଣା ପାଇଁ ଏକ ତୃତୀୟାଂଶ ଦର୍ଶକଙ୍କ ଉପସ୍ଥିତିରେ ଉତ୍ସବର ଆୟୋଜନ କରାଯାଇଛି । ପ୍ରଥମେ ଓଡିଶା ଡ୍ୟାନ୍ସ ଏକାଡେମୀର କଳାକାର ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ । ନଟରାଜ ଶିବ ଶଙ୍କରଙ୍କ ଅର୍ଚ୍ଚନାରେ ପ୍ରସ୍ତୁତ ଶିବ ଧୀମାହିକୁ ନିଖୁଣ ଭାବେ ପରିବେଷଣ କରିଥିଲେ ଗୁରୁ ଅରୁଣା ମହାନ୍ତିଙ୍କ ଦ୍ଵାରା ପ୍ରଶିକ୍ଷିତ ନୃତ୍ୟଶିଳ୍ପୀମାନେ।

କାର୍ଯ୍ୟକ୍ରମର ଦ୍ଵିତୀୟ ଭାଗରେ ଚେନ୍ନଇ ଶ୍ରୀଦେବୀ ନୃତ୍ୟାଳୟର କଳାକାର ପ୍ରସ୍ତୁତ କରିଥିଲେ ଭାରତନାଟ୍ୟମ। ନୃତ୍ୟଭିନୟ ଓ ନମ ଶିବାୟକୁ ଭାରତନାଟ୍ୟମ ନୃତ୍ୟ ଶୈଳୀରେ ନିଖୁଣ ଭାବେ ଉପସ୍ଥାପନ କରିଥିଲେ।

Share This Article