ଭୁବନେଶ୍ୱର: ନୟାଗଡ଼ ଯଦୁପୁର ଅଞ୍ଚଳର ୫ ବର୍ଷୀୟ ଝିଅ ପରୀ ହତ୍ୟା ଘଟଣାର ତଦନ୍ତ ପାଇଁ SIT(ସ୍ପେଶିଆଲ୍ ଇନ୍ଭେଷ୍ଟିଗେସନ ଟିମ୍) ଗଠନ କଲେ ରାଜ୍ୟ ସରକାର। ଏହି ଟିମ୍ରେ SIT ମୁଖ୍ୟ ଭାବେ ଆଇଜି ଅରୁଣ ବୋଥ୍ରାଙ୍କୁ ଦାୟିତ୍ୱ ଦିଆଯାଇଛି। ତା ସହିତ ଟିମ୍ରେ କ୍ରାଇମବ୍ରାଞ୍ଚ ଏସ୍ପି ଆର.କେ ଦୋରା ସାମିଲଙ୍କ ସମେତ ASP ଆର୍.ସି. ଥମ୍ବ, ଇନ୍ସପେକ୍ଟର ନରେନ୍ଦ୍ର ବେହେରା, କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ମମତାରାଣୀ ପଣ୍ଡା ବି ସାମିଲ ଅଛନ୍ତି। ପରୀ ହତ୍ୟା ଘଟଣାର SIT ଗଠନ ନେଇ ହାଇକୋର୍ଟଙ୍କୁ ଜଣାଇଛି ଗୃହବିଭାଗ। ଏନେଇ ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ସଚିବ।
ଏପଟେ ପରୀ ଲଢ଼େଇ ଦିଲ୍ଲୀ ପର୍ଯ୍ୟନ୍ତ ଯିବ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ଟ୍ୱିଟ୍ କରି ସେ ଏହି ସୂଚନା ଦେଇଛନ୍ତି। ସମଗ୍ର ମାମଲାରେ ବାବୁଲି ନାମକ ଗୁଣ୍ଡାର ନାମ ନିଆଯାଉଛି। କିନ୍ତୁ ମନ୍ତ୍ରୀ ଅରୁଣ ସାହୁ ତାକୁ ରକ୍ଷା କରୁଛନ୍ତି ବୋଲି ସମ୍ବିତ ଟ୍ୱିଟ୍ କରିଛନ୍ତି। ଅରୁଣ ସାହୁଙ୍କ ଭଳି ନେତାଙ୍କୁ ପୋଲିସ ଜେଲରେ ରଖିବା ଦରକାର ବୋଲି ସମ୍ବିତ କହିଛନ୍ତି। ପରୀକୁ ନ୍ୟାୟ ପାଇଁ ଏବଂ ଅପରାଧୀକୁ ଦଣ୍ଡ ନମିଳିବା ଯାଏ ଏହି ଲଢ଼େଇ ବନ୍ଦ ହେବନି। ଧର୍ମ ଅଧର୍ମର ଏହି ଲଢ଼େଇ ନୟାଗଡ଼ରୁ ଆରମ୍ଭ ହୋଇ ଦିଲ୍ଲୀ ଯାଏଁ ଯିବ ବୋଲି ସମ୍ବିତ ପାତ୍ର ଟ୍ୱିଟ୍ କରି କହିଛନ୍ତି ।
Comment