ଯୋଡ଼ାମୁଣ୍ଡ ଶିଶୁ ବଳିଆର ମୃତ୍ୟୁକୁ ନେଇ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

Odisha Hot News
1 Min Read

ଭୁବନେଶ୍ବର: ଦୀର୍ଘ ୧୨ମାସର ସଂଘର୍ଷ ପରେ ଶେଷରେ ଏସ୍‌ସିବିରେ ବୁଧବାର ରାତି ୯ଟା ୧୦ରେ ଆଖିବୁଜିଥିଲା ବହୁଚର୍ଚ୍ଚିତ କନ୍ଧମା‌ଳର ଯୋଡ଼ାମୁଣ୍ଡ ଶିଶୁ ବଳିଆ। ଏବେ ବଳିଆର ରୀତିନୀତି ଅନୁସାରେ ଅନ୍ତମ ସଂସ୍କାର ଶେଷ ହୋଇଛି। ବଳିଆର ଗାଁ ମିଲୁପଡ଼ାରେ ତାର ଅନ୍ତମ ସଂସ୍କାର କରାଯାଇଛି। ତେବେ ବଳିଆର ମୃତ୍ୟୁ ଖବର ଆସିବା ପରେ ଟୁଇଟ କରି ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଟୁଇଟରେ, ଡାକ୍ତରମାନଙ୍କ ଅଦମ୍ୟ ଚେଷ୍ଟା ଓ ଶ୍ରେଷ୍ଠ ଚିକିତ୍ସା ସତ୍ତ୍ୱେ ବଳିଆର ଦେହାନ୍ତ ଖବର ଅତ୍ୟନ୍ତ ଦୁଃଖଦାୟକ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଭଗବାନ ଧୈର୍ଯ୍ୟ ଦିଅନ୍ତୁ। ଅସମୟରେ ଝଡି ପଡିଥିବା ବଳିଆର ଅମର ଆତ୍ମାର ସଦଗତି କାମନା ସହ ଏହି କଠିନ ସମୟରେ ଜଗାର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି ଲେଖିଛନ୍ତି ନବୀନ ପଟ୍ଟନାୟକ।

ଅନ୍ୟ ପକ୍ଷରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ବଳିଆର ମୃତ୍ୟୁକୁ ନେଇ ଦୁଃଖପ୍ରକାଶ କରିବା ସହ ଜଗାର ଚିକିତ୍ସା ପାଇଁ ସରକାର ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିବେ। ଆବଶ୍ୟକ ପଡିଲେ ଜଗାର ଚିକିତ୍ସା ପାଇଁ ପ୍ରଫେସର ଅଶୋକ ମହାପାତ୍ରଙ୍କୁ ପରାମର୍ଶ ଦିଆଯିବ ବୋଲି କହିଛନ୍ତି।

Share This Article