ଆଜି ନିର୍ବାଚନ ପ୍ରଚାରରେ ପାରଳାଖେମୁଣ୍ଡି ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Odisha Hot News
0 Min Read

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାରରେ ପାରଳାଖେମୁଣ୍ଡି ଗସ୍ତରେ ଯିବେ। ସେ ଗଜପତି ଷ୍ଟାଣ୍ଡିୟମରେ ଆୟୋଜିତ ଏକ ବିଶାଳ ଜନସମାବେଶକୁ ସମ୍ବୋଧୀତ କରିବେ। ମୁଖ୍ୟମନ୍ତ୍ରୀ ଆଜି ଅପରାହ୍ନ 5ଟାରେ ସେ ପାରଳାଖେମୁଣ୍ଡିରେ ପହଞ୍ଚିବେ। ସେଠାରେ ଉଦବୋଧନ ଦେଇ ଅପରାହ୍ନ 5 ଟା 50 ରେ ଭୁବନେଶ୍ବର ଫେରି ଆସିବେ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଗଜପତି ବିଜେଡି ବେଶ ଚଳଚଞ୍ଚଳ ହୋଇ ଉଠିଛି। ଏହି କାର୍ଯ୍ୟକ୍ରମକୁ ସଫଳ କରାଇବା ପାଇଁ ଦଳ ବଡ ପ୍ରସ୍ତୁତି କରିଛି। ମୁଖ୍ୟମନ୍ତ୍ରୀଙ୍କ ସହିତ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଗସ୍ତ କରିବେ।

Share This Article