ଆଜି ରାଜ୍ଯରେ ୩୫୪୩ କରୋନା ପଜିଟିଭ୍ ଚିହ୍ନଟ, ଗଲା ୭ଜଣଙ୍କ ଜୀବନ

Odisha Hot News
1 Min Read

ଭୁବନେଶ୍ବର: ଆଜି ରାଜ୍ଯରେ ୩୫୪୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମୁଦାୟ ୩୦ଟି ଜିଲ୍ଲାରୁ ଏହି ସମସ୍ତ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ କ୍ବାରେଣ୍ଟାଇନରୁ ୨୧୬୧ ଏବଂ ଲୋକାଲ୍ କେସରୁ ୧୩୮୨ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ଯରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ୧,୨୦,୨୨୧ ରେ ପହଁଚିଛି। ଏମାନଙ୍କ ୯୦,୩୩୧ ସୁସ୍ଥ ହୋଇ ସାରିଥବା ବେଳେ, ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୨୯,୨୯୯ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ୮୭୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେହିପରି ଅନୁଗୁଳରୁ ୬୮, ବାଲେଶ୍ବରରୁ ୧୫୩, ବରଗଡରୁ ୨୭୪, ଭଦ୍ରକରୁ ୫୦, ବଲାଙ୍ଗିରରୁ ୩୭, ବୌଦ୍ଧରୁ ୬୭, କଟକରୁ ୨୯୫, ଦେଓଗଡ ୪,ଢେଙ୍କାନାଳରୁ ୬୯, ଗଜପତିରୁ ୨୯, ଗଞ୍ଜାମରୁ ୧୦୨, ଜଗତସିଂହପୁରରୁ ୮୫, ଯାଜପୁରରୁ ୨୦୬, ଝାରସୁଗୁଡା ୮୭, କଳାହାଣ୍ଡିରୁ ୩୭, କନ୍ଧମାଳରୁ ୩୮, କେନ୍ଦ୍ରାପଡାରୁ ୪୮, କେନ୍ଦୁଝରରୁ ୪୪, କୋରାପୁଟରୁ ୯୦, ମାଲକାନଗିରିରୁ ୨୫, ମୟୁରଭଞ୍ଜରୁ ୩୨୬, ନବରଙ୍ଗପୁରରୁ ୩୩, ନୟାଗଡରୁ ୩୪, ନୂଆପଡାରୁ ୯୮, ପୁରୀରୁ ୬୧, ରାୟଗଡାରୁ ୬୭, ସମ୍ବଲପୁରରୁ ୮୩, ସୋନପୁରରୁ ୯୯ ଏବଂ ସୁନ୍ଦରଗଡରୁ ୫୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
Share This Article