ଭୁବନେଶ୍ୱର: ଆପଣ ମାନେ ସାଧାରଣତଃ ଜାଣିଛନ୍ତି ଶୀତଦିନ ଆସିଲେ ଆମ ଶରୀରର ପ୍ରତ୍ୟେକ ଅଙ୍ଗ ଧୂଷିରିଆ ଦେଖାଯିବା ସହିତ ଶରୀର ଶୁଖିଲିଆ ଲାଗିଥାଏ । ତେବେ ଆମେ ତ୍ୱଚା କିପରି ଯତ୍ନ ନେବ । ସେଥିପାଇଁ ଚିନ୍ତିିତ ହୋଇପଡିଥାଉ । ତେଣୁ ଅନେକ ଲୋକମାନେ ବଜାରକୁ ଆସୁଥିବା ବିଭିନ୍ନ ପ୍ରକାର କେମିକାଲ ରେ ତିଆରୀ ବଡି ଲୋସନ ଲଗାଇଥାନ୍ତି । ଯାହାକୁ ଲଗେଇ ଦ୍ୱାରା ଆମ ଚର୍ମ ଉପରେ ବହୁତ ଖରାପ ପ୍ରଭାବ ପଡିଥାଏ । ତେବେ ଯଦି ଆପଣମାନେ ଶୀତ ଦିନେ ଆ ପଣମାନଙ୍କ ତ୍ୱଚାକୁ ଉଜ୍ଜଳ ଓ ଚିକ୍କଣ ରଖିବାକୁ ଚାହୁଁତାନ୍ତି , ତାହେଲେ ଆପମାନେ ଖାଉଥିବା ଖାଦ୍ୟ ଉପରେ ଧ୍ୟାନ ଦିଅନ୍ତୁ । ଯଦି ଆମର ଖାଇବା ଅଭ୍ୟାସ ଭୁଲ ଥାଏ ତାହେଲେ ମୁହଁରେ ବ୍ରଣ, କଳାଦାଗ ଆଦି ହେବା ସହିତ ଆମ ଶରୀର ମଧ୍ୟ ଖରାପ ହୋଇଯାଇଥାଏ । ତାହେଲେ ଜାଣନ୍ତୁ କଣ ଖାଇଲେ ଆପଣ ମାନଙ୍କ ତ୍ୱଚା ସୁନ୍ଦର ରହିବା ସହ ଗ୍ଳେଜିଂ ମଧ୍ୟ କରିଥାଏ । ଆସନ୍ତୁ ଆପଣମାନଙ୍କୁ ଆମେ ଜଣେଇବୁ ଶୀତ ଦିନେ କଣ ଖାଇବା ଦ୍ୱାରା ତ୍ୱଚା ସୁଷ୍କ ଓ କୋମଳ ରହିଥାଏ ।
୧- ପ୍ରତ୍ୟେକ ଘରେ ଆମ ସାଧାରଣତୀ ଭାତ ,ଡାଲି, ଭଜା ନିଶ୍ଚିତ କରିଥାଉ । ତେବେ ଡାଲି ଜାତୀୟ ଖାଦ୍ୟ ଖାଇବା ଆମ ତ୍ୱଚା ପାଇଁ ଉପକାରକ । ମଟର, ଚଣା, ସୋୟାବିନ ଆଦି ଖାଇବା ଦ୍ୱାରା ଆମ ଶରୀରକୁ ପ୍ରୋଟିନ ମିଳିଥାଏ । ତେଣୁ ଏହାକୁ ବେଶି ନଖାଇ ମାତ୍ର ପରିମାଣ ଆୟତରେ ରହିଲେ ଠିକ୍ ।
୨- ଅତ୍ୟଧିକ ପରିମାଣର କ୍ଷୀର,ଛେନା, ଦହି କିମ୍ବା କୈାଣସି ପ୍ରକାରର କ୍ଷୀର ଜାତୀୟ ଖାଦ୍ୟ ପାଇଁ ଭଲ ହୋଇନଥାଏ । ତେଣୁ କୁହାଯାଇଥାଏ ଶରୀର ପାଇଁ ଯେଉଁ ଖାଦ୍ୟ ଗ୍ରହଣ କରୁଛେ ତାକୁ ପରିମାଣ ହିସାବରେ ଖାଇଲେ ଦେହ ସୁସ୍ଥ ରହିଥାଏ ।
୩- ଶସ୍ତା ତୈଳରେ ରୋଷେଇ କରି ଖାଇଲେ ବି ତାହା ତ୍ୱଚାକୁ ପ୍ରଭାବିତ କରିଥାଏ। ତ୍ୱଚାର ଗୁଣବତ୍ତା ହ୍ରାସ ପାଇଁ ମୁହଁରେ ବାର୍ଦ୍ଧକ୍ୟପଣ ଦିଶେ।
୪- କ୍ୟାଫିନ୍ ଥିବା ଖାଦ୍ୟ ପାନୀୟ ବି ତ୍ୱଚା ପାଇଁ ଭଲ ନୁହେଁ। ଆପଣଙ୍କ ନିତି ରୁଟିନ୍ରେ ଚା’ କିମ୍ବା କଫି ନିଶ୍ଚୟ ରହିଥିବ। ମନେ ରଖନ୍ତୁ ଏସବୁ ତ୍ୱଚା ପାଇଁ ଆଦୌ ବି ଭଲ ନୁହେଁ।
ଶିତଦିନରେ କିପରି ଖାଦ୍ୟ ଖାଇଲେ ତ୍ୱଚାର ଉଜ୍ଜଳ କମିଥାଏ, ଆସନ୍ତୁ ଜାଣିବା…
1 Comment
1 Comment

I have read so many articles or reviews onn tthe topic of the blogger
lovers however this paragraph is genuinnely a fastidious piece of writing, keep it up.
auroravpn