ମୁମ୍ବାଇ : ଫୁସ୍ ଫୁସ୍ କର୍କଟରେ ଆକ୍ରାନ୍ତ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ରବିବାର ପୁଣି ଥରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କୁ ଲିଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ବିଭିନ୍ନ ପରୀକ୍ଷଣ କରାଯିବ। ଏହା ପୂର୍ବରୁ ଶନିବାର ସଞ୍ଜୟ ଦତ୍ତ ମୁମ୍ବାଇର ଅନ୍ଧେରୀସ୍ଥିତ କୋକିଲା ବେନ୍ ହସ୍ପିଟାଲକୁ ଯାଇଥିଲେ।
ସଞ୍ଜୟ ଏବେ କ୍ୟାନସର ଆଡଭାନ୍ସ ଷ୍ଟେଜ୍ ରେ ପହଞ୍ଚିସାରିଛନ୍ତି। ତାଙ୍କର କିଛି ଟେଷ୍ଟ ଗତକାଲି କୋକିଲା ବେନ୍ ହସ୍ପିଟାଲରେ ହୋଇଥିବା ବେଳେ ରବିବାର ଅନ୍ୟ ସବୁ ଟେଷ୍ଟ ଲାଗି ତାଙ୍କୁ ଲିଲାବତୀ ହସ୍ପିଟାଲକୁ ନିଆଯାଇଛି। ସଞ୍ଜୟ ଗତ ଶନିବାର ଅଗଷ୍ଟ ୮ ତାରିଖ ଦିନ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଏଣୁ ତାଙ୍କୁ ଲିଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ୨ ଦିନ ପରେ ସୋମବାର ତାଙ୍କୁ ହସ୍ପିଟାଲରୁ ଡିଶ୍ଚାର୍ଯ କରିଦିଆଯାଇଥିଲା। ତେବେ ମଙ୍ଗଳବାର ସେ ଫୁସଫୁସ୍ କର୍କରଟରେ ଆକ୍ରାନ୍ତ ଥିବାର ଖବର ପ୍ରସାରିତ ହେବାରେ ଲାଗିଥିଲା।.
ସଞ୍ଜୟ ଏବେ କ୍ୟାନସର ଆଡଭାନ୍ସ ଷ୍ଟେଜ୍ ରେ ପହଞ୍ଚିସାରିଛନ୍ତି। ତାଙ୍କର କିଛି ଟେଷ୍ଟ ଗତକାଲି କୋକିଲା ବେନ୍ ହସ୍ପିଟାଲରେ ହୋଇଥିବା ବେଳେ ରବିବାର ଅନ୍ୟ ସବୁ ଟେଷ୍ଟ ଲାଗି ତାଙ୍କୁ ଲିଲାବତୀ ହସ୍ପିଟାଲକୁ ନିଆଯାଇଛି। ସଞ୍ଜୟ ଗତ ଶନିବାର ଅଗଷ୍ଟ ୮ ତାରିଖ ଦିନ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଏଣୁ ତାଙ୍କୁ ଲିଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ୨ ଦିନ ପରେ ସୋମବାର ତାଙ୍କୁ ହସ୍ପିଟାଲରୁ ଡିଶ୍ଚାର୍ଯ କରିଦିଆଯାଇଥିଲା। ତେବେ ମଙ୍ଗଳବାର ସେ ଫୁସଫୁସ୍ କର୍କରଟରେ ଆକ୍ରାନ୍ତ ଥିବାର ଖବର ପ୍ରସାରିତ ହେବାରେ ଲାଗିଥିଲା।
Comment