ରାଜ୍ୟରେ ରେକର୍ଡ ସଂଖ୍ୟକ ଟେଷ୍ଟିଂ, ୨୪ଘଣ୍ଟାରେ ୪୦ହଜାରରୁ ଅଧିକ ପରୀକ୍ଷଣ

Odisha Hot News
1 Min Read

ଭୁବନେଶ୍ବର: ରାଜ୍ୟରେ ୨୪ ଘଣ୍ଟାରେ ସର୍ବାଧିକ ୪୦ ହଜାରରୁ ଅଧିକ କୋଭିଡ୍‌ ଟେଷ୍ଟ କରାଯାଇଛି। ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ ରାଜ୍ୟରେ ୨୪ ଘଣ୍ଟାରେ ସର୍ବାଧିକ ୪୦,୭୧୧ କୋଭିଡ୍‌ ଟେଷ୍ଟ କରାଯାଇଛି। କ୍ରମାଗତ ଭାବେ ଗତ ୪ ଦିନ ହେଲା ଟେଷ୍ଟିଂ ସଂଖ୍ୟା ବଢ଼ିଚାଲିଛି ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।

ଯେତେ ଅଧିକ ଟେଷ୍ଟ କରାଯିବ, ସେତେ ଅଧିକ ସଂଖ୍ୟକ ପଜିଟିଭ୍ ମାମଲା ଆସିବାର ବି ଆଶଙ୍କା ରହିଛି । ସବ୍-ଡିଭିଜନ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରସ୍ତରରେ ଟେଷ୍ଟିଂ ସୁବିଧା ପ୍ରଦାନ କରାଯିବ । ଲୋକମାନେ ଯେପରି ସ୍ବେଚ୍ଛାରେ ଟେଷ୍ଟିଂ ପାଇଁ ଆଗଭର ହେବ ସେଥିପାଇଁ ପଞ୍ଚାୟତ ସ୍ତରରେ ସଚେତନତା ଅଭିଯାନ ଆରମ୍ଭ କରାଯିବ ବୋଲି କୁହାଯାଇଛି ।

ଅଗଷ୍ଟ ୨୦ ତାରିଖ ସୁଦ୍ଧା ୫୦ ହଜାରରୁ ଅଧିକ ଟେଷ୍ଟ ହେବ ବୋଲି ସେ କହିଛନ୍ତି। ଏଥିମଧ୍ୟରେ ଆରଟିପିସିଆର୍, ଆଣ୍ଟିଜେନ୍ ଓ ଟ୍ରୁନେଟ୍ କୋଭିଡ୍‌ ଟେଷ୍ଟ କରାଯାଇଛି। ଏସବୁ ପରୀକ୍ଷା ରାଜ୍ୟର ବିଭିନ୍ନ ସ୍ଥାନରେ କରାଯାଇଛି। ଯେତେ ଅଧିକ ଟେଷ୍ଟ କରାଯିବ, ସେତେ ଅଧିକସଂଖ୍ୟକ ପଜିଟିଭ୍ ମାମଲା ଆସିବାର ବି ଆଶଙ୍କା ରହିଛି ବୋଲି ସେ ସ୍ପଷ୍ଟ କରିଛନ୍ତି।

Share This Article