୪ ଓଏଏସ୍‌ ଅଫିସର୍‌ଙ୍କ ବଦଳି

Odisha Hot News
1 Min Read

ଭୁବନେଶ୍ବର : ରାଜ୍ୟ ସରକାର ଆଜି ୪ ଜଣ ଓଏଏସ୍‌ ଅଫିସର୍‌ଙ୍କ ବଦଳି କରିଛନ୍ତି। କନ୍ଧମାଳର ବାଲିଗୁଡ଼ା ଉପଜିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦଙ୍କୁ କନ୍ଧମାଳ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି। ଗତ ୬ ତାରିଖରେ ଶ୍ରୀ ନନ୍ଦଙ୍କର ସମ୍ବଲପୁର ଆର୍‌ଟିଓ ଭାବେ ହୋଇଥିବା ବଦଳି ଆଦେଶକୁ ବାତିଲ୍‌ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର ତରଭା ବିଡିଓ ନିହାର ରଞ୍ଜନ କହଁରଙ୍କୁ ସୁବର୍ଣ୍ଣପୁର ଉପଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି। ଗତ ୬ ତାରିଖରେ ତାଙ୍କର କନ୍ଧମାଳ ଉପଜିଲ୍ଲାପାଳ ଭାବେ ହୋଇଥିବା ବଦଳିକୁ ବାତିଲ୍ କରାଯାଇଛି। ସୁବର୍ଣ୍ଣପୁର ଉପଜିଲ୍ଲାପାଳ ବଳରାମ ମଲ୍ଲିକଙ୍କୁ ଶକ୍ତି ବିଭାଗର ଉପ ସଚିବ ଏବଂ ଦେବଗଡ଼ର ରିଆମାଳ ବିଡିଓ ତ୍ରିଲୋଚନ ପାତ୍ରଙ୍କୁ ସମ୍ବଲପୁର ଆର୍‌ଟିଓ ଭାବେ ନିଯୁକ୍ତି ଦିଆଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଏହି ବିଜ୍ଞପ୍ତି ଜାରି ହୋଇଛି।

Share This Article