ଭିଜିଲାନ୍ସ ଜାଲରେ ଆନନ୍ଦପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ

Odisha Hot News
1 Min Read

ଆନନ୍ଦପୁର: କେନ୍ଦୁଝର ଜିଲା ଆନନ୍ଦପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବଳ ପଣ୍ଡା ଶନିବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭୋର ସମୟରୁ ପଣ୍ଡାଙ୍କ ଆନନ୍ଦପୁରସ୍ଥିତ ସରକାରୀ ବାସଭବନ ସମେତ ଭୁବନେଶ୍ୱର, ରାଉରକେଲା, କେନ୍ଦ୍ରାପଡ଼ା ଆଦି ଅଞ୍ଚଳରେ ଥିବା ତାଙ୍କ ପୈତୃକ ବାସଭବନ ଓ ସମ୍ପର୍କୀୟଙ୍କ ଘର ଆଦି ୮ ଟି ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଛି। ଆନନ୍ଦପୁରସ୍ଥିତ ବାସଭବନରେ ଏକ ଟିମ୍‌ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରିବା ସହ ତାଙ୍କୁ ଜେରା କରୁଥିବା ଜଣାପଡ଼ିଛି।

ଚଢ଼ାଉ ବେଳେ ବିଭିନ୍ନ ଜରୁରୀ କାଗଜପତ୍ର ଭିଜିଲାନସର ହସ୍ତଗତ ହୋଇଥିବା ଜଣାଯାଇଛି । ତେବେ ଏସଂପର୍କରେ ସବିଶେଷ ତଥ୍ୟକୁ ଅପେକ୍ଷା କରାଯାଇଛି।

Share This Article
Leave a Comment