ଭୁବନେଶ୍ୱର : ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପି ପରାଜିତ ହେବା ଘଟଣା ଏହି ଦଳର ଜାତୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶାରେ ବିଜେପିର ମିଶନ ୧୨୦+ ସଫଳ ହେବ ବୋଲି ଯେଉଁ ଅଙ୍କ କଷିଥିଲେ ଏବେ ତାହାକୁ ଲାଗିଛି ଶକ୍ତ ଧକ୍କା । ନିକଟରେ ବିଜାତଳା ଜିଲ୍ଲା ପରିଷଦ ଜୋନରେ ହୋଇଥିବା ଉପନିର୍ବାଚନରେ ବିଜେପିଠାରୁ ବହୁ ସଂଖ୍ୟକ ଭୋଟ ବ୍ୟବଧାନରେ ବିଜେଡି ଜିତିବା ଘଟଣା ତଥା ପୂର୍ବରୁ ବିଜେପୁର ଉପନିର୍ବାଚନରେ ବାଜିମାତ କରିଥିବା ଏହି ଦଳ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି କରିଥିଲେ ବି କଂଗ୍ରେସ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼କୁ ଦଖଲ କରିବା ଦଳ ଭିତରେ ଛନକା ସୃଷ୍ଟି କରିଥିବା ମନେ କରାଯାଉଛି । ବିଜେପିର ପରାଜୟର କାରଣ ଲାଗି କେନ୍ଦ୍ର ଉପରେ ଦୋଷ ଢାଳିବା ବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରର ଚାଷୀ ବିରୋଧୀ ନୀତି ପ୍ରତି ଅଙ୍ଗୁଳି ଦେଖାଇଛନ୍ତି । କେନ୍ଦ୍ରସରକାର ଚାଷୀଙ୍କ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ (ଏନଏସପି) ବାବଦେ ବିଶେଷ କିଛି କରିନଥିବା ଏବଂ ଏମଏସ ସ୍ୱାମୀନାଥନ କମିଟି ରିପୋର୍ଟକୁ ଊଣାଅଧିକେ ଉପେକ୍ଷା କରିବା ବିଷୟ ମୁଖ୍ୟମନ୍ତ୍ରୀ ଦର୍ଶାଇ ଥିବା ବେଳେ ଆଗକୁ କ’ଣ ଘଟୁଛି ଦେଖାଯାଉ ବୋଲି କହିଥିଲେ । ନିର୍ବାଚନ ଫଳାଫଳ ଘୋଷଣାରେ ଉତ୍ଫୁଲତିତ ଓଡ଼ିଶା କଂଗ୍ରେସ କେବଳ ଖୁସି ମନାଇ ନାହିଁ । ବିଜେଡି ମୁଖିଆଙ୍କ କ’ଣ ଘଟୁଛି ବିବୃତିକୁ ଚାଲେଞ୍ଜ ଦେବା ପାଇଁ ରାଜ୍ୟ କଂଗ୍ରେସ ପ୍ରତିଶ୍ରୁତି ଦେବା ଆରମ୍ଭ କରିଦେଲାଣି । ଦେଶ ‘ବିଜେପିମୁକ୍ତ ଭାରତ’ ହେବାକୁ ଯାଉଥିବା ପିସିସି ମୁଖିଆ ନିରଞ୍ଜନ ପଟନାୟକଙ୍କ ଦୃଢ଼ୋକ୍ତି ରାଜ୍ୟରେ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଲଢ଼ିବା ପାଇଁ ଭିଟାମିନ ଯୋଗାଇ ଦେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । କଂଗ୍ରେସ କ୍ଷମତାକୁ ଆସିଲେ ରାଜ୍ୟର ଚାଷୀଙ୍କୁ ସୌରଚାଳିତ ପମ୍ପସେଟ ଯୋଗାଇ ଦେବ । ୫ ବର୍ଷ ପାଇଁ ଲଗାତର ଆର୍ଥିକ ସହାୟତା ଯୋଗାଇ ଦେବାକୁ ନିରଞ୍ଜନଙ୍କ ଘୋଷଣା କରିବା ଘଟଣା ଛତିଶଗଡ଼ ବିଧାନସଭା ନିର୍ବାଚନ ଅଭିଯାନରେ କଂଗ୍ରେସକୁ କିଛି ଆକର୍ଷଣୀୟ ପ୍ରତିଶ୍ରୁତି ଶୁଣାଇଥିବା ଦିଗକୁ ଉଜାଗର କରେ । ଯେ କୌଣସି ଦଳ ଭୋଟରଙ୍କ ଆଗରେ ପ୍ରତିଶ୍ରୁତି ରଖିବା ଫଳରେ ତାହା ଚର୍ଚ୍ଚା ପରିସରକୁ ଆସେ । ପରେ ଭୋଟର ପରଖେ । ଏବେ ରାଜ୍ୟ କଂଗ୍ରେସର ଏପରି ଘୋଷଣା ସ୍ପଷ୍ଟ କରିଦେଇଛି ପ୍ରତିଶ୍ରୁତି ରଖି ଭୋଟରଙ୍କ ମନକିଣିବା ଉଦ୍ୟମ ଦୌଡ଼ରେ ଏହି ଦଳ ଆଗରେ ରହିଛି ।
‘ବିଜେପିମୁକ୍ତ ଭାରତ’ : ନିରଞ୍ଜନ
You Might Also Like
Leave a Comment
Leave a Comment
- Advertisement -
