ଭୁବନେଶ୍ୱର : ଲକ୍ଡାଉନ୍ ବେଳେ ମହିଳାଙ୍କ ଉପରେ ଘରୋଇ ହିଂସା ବଢୁଥିବା ତଥ୍ୟ ସମ୍ନାକୁ ଆସିବା ପରେ ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ଗ୍ରହଣ କରିଛିନ୍ତି। ଅଭ୍ୟାସଗତ ଅପରାଧୀ ଓ ଘରୋଇ ହିଂସାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିଜିପି ଅଭୟଙ୍କୁ ମଙ୍ଗଳବାର ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ଜାରି କରିଛି ଏକ ହେଲ୍ପ ଲାଇନ୍ ନମ୍ବର। ନିର୍ଯାତନାର ଶିକାର ହୋଇଥିବା ମହିଳା ଘରେ ଥାଇ ହ୍ବାଟ୍ସଆପ ନମ୍ବର(୭୨୦୫୦୦୬୦୩୯)ରେ ଅଭିଯୋଗ କରିପାରିବେ। କେବଳ କୌଣସି ଘରୋଇ ହିଂସା ଘଟିଲେ ହିଁ ଏହି ନମ୍ବରରେ ଅଭିଯୋଗ କରିହେବ ବୋଲି ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଏହାଛଡ଼ା ଆଉ ଏକ ହେଲ୍ପ ଲାଇନ୍ ନମ୍ବର-୧୮୧ ମଧ୍ୟ ରହିଛି।
ଲକ୍ଡାଉନ୍ ଯୋଗୁ ସମସ୍ତେ ଏବେ ଘର ଭିତରେ ରହୁଛନ୍ତି। ଫଳରେ ଘରୋଇ ହିଂସା ବଢ଼ିବାର ଦେଖାଯାଉଛି। କଟକଣା ଯୋଗୁ ଥାନାକୁ ଅଭିଯୋଗ ପାଇଁ ଯିବାରେ ସମସ୍ୟା ହେଉଛି। ଏପରିସ୍ଥଳେ ଉପରୋକ୍ତ ନମ୍ବର ଯୋଗେ ମହିଳାମାନେ ଅଭିଯୋଗ କରିପାରିବେ। ଏହି ନମ୍ବରରେ ମଧ୍ୟ ହିଂସା ସମ୍ପର୍କିତ କୌଣସି ଭିଡିଓ କିମ୍ବା ଫଟୋ ଥିଲେ ପଠାଇ ପାରିବେ ଯାହାକି, ଆଗାମୀ କାର୍ଯ୍ୟାନୁଷ୍ଠାନ ପ୍ର୍ରକ୍ରିୟାରେ ସହାୟକ ହେବ।
ଘରୋଇ ହିଂସା ରୋକିବାକୁ ଜାରି ହେଲା ହେଲ୍ପଲାଇନ୍ ନମ୍ବର
1 Comment
1 Comment

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.