ଆଜିର ରାଶିଫଳ

Odisha Hot News
3 Min Read

ମାର୍ଚ୍ଚ ୦୪ ତାରିଖ  ୨୦୧୯ମସିହା  (ସୋମବାର)

କାଳବେଳା -ଦିବା ଘ୦୬/୩୦ ଗତେ ଘ୦୯/୦୫ମଧ୍ୟେ
ବାରବେଳା-ଦିବା ଘ୦୩/୦୦ ଗତେ ଘ୦୪/୨୫ମଧ୍ୟେ
ଅମୃତବେଳା  –  ଦିବା
ଘ୦୬/୩୦ମଧ୍ୟେ ଓ  ଘ୦୧/୨୮ଗତେ ଘ୦୨/୫୫ମଧ୍ୟେ
ମାହେନ୍ଦ୍ର ବେଳା-  ଦିବା
ଘ୦୯/୦୮ ଗତେ  ଘ୧୧/୪୦ମଧ୍ୟେ ଓ  ରାତ୍ରି ଘ୦୧/୧୩ଗତେ ଘ୦୨/୫୦ମଧ୍ୟେ

ମେଷ : ଆପଣଙ୍କ ନମ୍ର ସ୍ବଭାବ ପାଇଁ ଲୋକେ ଆପଣଙ୍କ ପ୍ରତି ଆକର୍ଷିତ ହେବେ। ଆୟ ବୃଦ୍ଧି ହେବ। ବ୍ୟବସାୟୀଙ୍କ ଲାଗି ଭଲ ଦିନଟିଏ। ସମାଜରେ ଆପଣଙ୍କ ପ୍ରତିଷ୍ଠା ବଢ଼ିବ। ଛାତ୍ରଙ୍କ ଲାଗି ଦିନଟି ବଢ଼ିଆ ରହିବ।

ବୃଷ : ବନ୍ଧୁ ଓ ପାଖଲୋକଙ୍କ ସହଯୋଗ ପାଇବେ। ଦୀର୍ଘଦିନରୁ ସ୍ଥଗିତ ଥିବା କାମ ପୂରା ହେବ। ଯିବାକୁ ଥିବା ଯାତ୍ରା କଲ୍ୟାଣକାରୀ ହେବ। ଲେଖକଙ୍କୁ ପୁରସ୍କାର ମିଳିପାରେ। ଜୀବନସାଥୀଙ୍କ ସହିତ ବାହାରକୁ ବୁଲି ଯିବେ।

ମିଥୁନ : ସତ୍‌ସଙ୍ଗରେ ସମୟ ବିତିବ। ସନ୍ତାନଙ୍କ ଠାରୁ ଭଲ ଖବର ପାଇବେ। ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।

କର୍କଟ : ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଧର୍ମ ସମ୍ବନ୍ଧରେ ଲୋକଙ୍କୁ ବୁଝାଇବେ। କ୍ୟାରିୟରରେ ଆଗକୁ ବଢ଼ିବା ଲାଗି କିଛି ସୁଯୋଗ ମିଳିବ। ଛାତ୍ରଙ୍କୁ ଶୁଭ ଖବର ମିଳିବ। ସ୍ବାସ୍ଥ୍ୟରେ ସୁଧାର ହେବ। ଶୁଭରଙ୍ଗ: ଘିଅ ରଙ୍ଗ।

ସି˚ହ : ଆପଣଙ୍କ ଆଖପାଖରେ ମଧୁର ବାତାବରଣ ରହିବ। ପଡେ଼ାଶୀଙ୍କ ଠାରୁ ଭଲ ଖବର ପାଇବେ। ଆଜି ଆପଣଙ୍କୁ ଭଲ କାମ ପାଇଁ ସମ୍ମାନିତ କରାଯିବ। ରାଜନୀତି କ୍ଷେତ୍ରକୁ ଯିବା ଲାଗି ବିଚାର କରିବେ।

କନ୍ୟା : ସାରାଦିନ ସ୍ଫୂର୍ତ୍ତିଶୀଳ ରହିବେ। ରାଜନୀତିରେ ସୀମା ବଢ଼ାଇବେ। ଲୋକମାନଙ୍କ ସହିତ ଘନିଷ୍ଠତା ବଢ଼ିବ। ବ୍ୟବସାୟରେ ନୂଆ ସୁଯୋଗ ମିଳିବ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ମଜଭୁତ ହେବ।

ତୁଳା : ଦିନଟି ଆପଣଙ୍କ ପାଇଁ ଉତ୍ତମ ରହିବ। ଅଫିସରେ ନୂଆ ଦାୟିତ୍ବକୁ ଭଲଭାବେ ନିର୍ବାହ କରିବେ। ବ୍ୟବସାୟରୁ ଆଶା ଠୁଁ ଅଧିକ ଲାଭ ପାଇବେ। ବିବାହିତ ବାହାରକୁ ବୁଲି ଯିବାର ଯୋଜନା କରିବେ।

ବିଛା : ବ୍ୟବସାୟୀଙ୍କ ପାଇଁ ଦିନଟି ଅନୁକୂଳ। ସଫଳତା ପାଇବା ଦିଗରେ ଅଗ୍ରସର ହେବେ। ପାରିବାରିକ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ। ସନ୍ତାନଙ୍କ ପକ୍ଷରୁ ଖୁସି ଖବର ମିଳିବା ହେତୁ ଗୌରବାନ୍ବିତ ହେବେ।

ଧନୁ : ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ। କିଛି କାମ ଆପଣଙ୍କ ଇଚ୍ଛାନୁସାରେ ହୋଇନପାରେ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ କଥାବାର୍ତ୍ତା ବେଳେ ତାଙ୍କ କଥାକୁ ମନ ଧୢାନ ଦେଇ ଶୁଣନ୍ତୁ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

ମକର : ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ହେବ। କୌଣସି ବ୍ୟକ୍ତିଙ୍କ ଠାରୁ କିଛି ନୂଆ କରିବାର ପ୍ରେରଣା ମିଳିବ। ପରିବାରରେ ଖୁସିର ମାହୋଲ ରହିବ। ଚାକିରି ସମ୍ବନ୍ଧିତ ଭଲ ଖବର ପାଇବେ।

କୁମ୍ଭ : ଆପଣଙ୍କ ମନରେ ସକାରାତ୍ମକ ଊର୍ଜା ସ˚ଚାର ହେବ। କର୍ମକ୍ଷେତ୍ରରେ ପରିଶ୍ରମ ଅଧିକ କରିବେ ଏବ˚ ସଫଳ ହେବେ। ଅଫିସରୁ ଘରକୁ ଫେରିବା ସମୟରେ ବନ୍ଧୁଙ୍କ ସହିତ ମତଭେଦ ହୋଇପାରେ। ପତିପତ୍ନୀଙ୍କ ମଧୢରେ ପ୍ରେମଭାବ ବୃଦ୍ଧି ହେବ।

ମୀନ : ଆପଣଙ୍କ ଊର୍ଜାର ସ୍ତର ବୃଦ୍ଧି ହେବ। ଯେଉଁ କାମ କରିବେ ସଫଳତା ପାଇବେ। ଓକିଲଙ୍କ ପାଇଁ ଦିନଟି ଭଲ। ଆର୍ଥିକ ଲାଭ ମିଳିବା ହେତୁ ଖୁସି ରହିବେ। ଘର ଲୋକଙ୍କ ସହିତ ଅଧିକରୁ ଅଧିକ ସମୟ ବିତେଇବେ।

Share This Article
Leave a Comment