କଟକ : ଲକ୍ଡାଉନ୍ ଯୋଗୁ ଏବେ ସମସ୍ତେ ପ୍ରଭାବିତ ହୋଇଛନ୍ତି। କିନ୍ତୁ ସରକାରଙ୍କ ଅଧିକାଂଶ ସହାୟତା କେବଳ ଗରିବ ଲୋକମାନେ ପାଉଥିବା ବେଳେ ମଧ୍ୟବିତ୍ତ ଏଥିରୁ ବଞ୍ଚିତ ହେଉଛନ୍ତି। ସେହିଭଳି ରୋଜଗାର ନ ଥିବା ଯୋଗୁ ଲୋକମାନେ ବିଦ୍ୟୁତ୍ ବିଲ୍ ଦେବା ଏବଂ ପିଲାମାନଙ୍କ ସ୍କୁଲ ଫି’ ଦାଖଲ କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଣୁ ସମସ୍ତ ଗ୍ୟାସ୍ ଏବଂ ପିଡିଏସ୍ ସାମଗ୍ରୀ ପ୍ରଦାନ ସହ ବିଦ୍ୟୁତ୍ ବିଲ୍ ଏବଂ ସ୍କୁଲ ଫି’ ଛାଡ଼ କରିବା ପାଇଁ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ଏହାର ଶୁଣାଣି କରି ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ଲାଗି ନୋଟିସ୍ ଜାରି କରାଯାଇଛି। ପ୍ରହଲ୍ଲାଦ ରାଉତଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟ ବିଚାରପତି ଶତ୍ରୁଘ୍ନ ପୂଜାହାରୀ ଏବଂ ବିଚାରପତି କେ.ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନୋଟିସ୍ ଜାରି କରିଛନ୍ତି। ଏଥି ସହ କେନ୍ଦ୍ର ଗୃହ ମନ୍ତ୍ରଣାଳୟ, ରାଜ୍ୟ ବିଦ୍ୟାଳୟ ଏବଂ ଗଣଶିକ୍ଷା ସଚିବ, ଉଚ୍ଚଶିକ୍ଷା ସଚିବ, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ସଚିବ, ଶକ୍ତି ସଚିବ, ରାଜ୍ୟ ସ୍ବତନ୍ତ୍ର ରିଲିଫ୍ କମିଶନର, ଓଡିଶା ବିଦ୍ୟୁତ୍ ନିୟାମକ ଆୟୋଗ(ଓଇଆରସି), ରାଜ୍ୟର ସମସ୍ତ ଡିସ୍କମ୍(ବିଦ୍ୟୁତ୍ ବଣ୍ଟନ କମ୍ପାନୀ)ଙ୍କ ସହ ୧୩ ପକ୍ଷଙ୍କୁ ନୋଟିସ୍ ହୋଇଛି। ପୂର୍ବରୁ ଏନେଇ ରୁଜୁ ହୋଇଥିବା ଅନ୍ୟ ଏକ ଜନସ୍ବାର୍ଥ ମାମଲାକୁ ଏହା ସହିତ ମିଶାଇ ଶୁଣାଣି କରାଯିବ ବୋଲି ଉଲ୍ଲେଖ କରାଯାଇଛି।
ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା ଯେ, ଯେଉଁମାନଙ୍କ ପାଖରେ ରାଶନ୍କାର୍ଡ଼ ଅଛି, ସେମାନେ ସରକାରଙ୍କ ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ପାଇବା ସହ ‘ଉଜ୍ଜ୍ୱଳା’ ଯୋଜନାରେ ଗ୍ୟାସ୍ ପାଉଛନ୍ତିି। କିନ୍ତୁ ଏମାନଙ୍କୁ ଛାଡ଼ିଦେଲେ, ସମାଜରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଲକ୍ଡାଉନ୍ ଯୋଗୁ ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି। ସେମାନେ ସରକାରୀ ସହାୟତା ପାଉନାହାନ୍ତି। ସେମାନଙ୍କ ପକ୍ଷେ ଚଳିବା କଷ୍ଟକର ହୋଇପଡ଼ିଲାଣି। ବିଶେଷକରି ମଧ୍ୟବିତ୍ତ ଏବଂ ଛୋଟ ବ୍ୟବସାୟୀମାନେ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଏମାନଙ୍କୁ ଅନ୍ତତଃ ଲକ୍ଡାଉନ୍ ଉଠିବା ପର୍ଯ୍ୟନ୍ତ ସରକାରୀ ସହାୟତାର ଆବଶ୍ୟକତା ରହିଛି। ଅନ୍ୟ ଏକ ସମସ୍ୟା ହେଲା ବିଦ୍ୟୁତ୍ ଦେୟ। ରୋଜଗାର ନ ଥିବା ଯୋଗୁ ଦାନା ଯୋଗାଡ଼ କରିବା କଷ୍ଟ ହେଉଥିବା ବେଳେ ସେମାନେ ବିଦ୍ୟୁତ୍ ବିଲ୍ ପଇଠ ପାଇଁ ଟଙ୍କା ଆଣିବେ କେଉଁଠୁ। କେବଳ ଘରୋଇ ଉପଭୋକ୍ତା ନୁହନ୍ତି, ଛୋଟ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ମଧ୍ୟ ବିଲ୍ ପଇଠ କରିପାରିବେ ନାହିଁ। ଏଣୁ ଘରୋଇ ଉପଭୋକ୍ତାଙ୍କୁ ସମ୍ପୂର୍ଣ୍ଣ ବିଦ୍ୟୁତ୍ ଦେୟ ଛାଡ କରାଯାଉ। ବ୍ୟବସାୟିକ ବିଦ୍ୟୁତ୍ ସଂଯୋଗକାରୀଙ୍କ କ୍ଷେତ୍ରରେ ଡିମାଣ୍ଡ ଚାର୍ଜ, ଇଲେକ୍ଟ୍ରିସିଟି ଡ୍ୟୁଟି ଛାଡ କରିବା ପାଇଁ ଆବେଦନରେ ପ୍ରାର୍ଥନା କରାଯାଇଛି। ସେହିଭଳି ସମସ୍ତ ପ୍ରକାର ସ୍କୁଲ ଫି’ ମଧ୍ୟ ଛାଡ଼ କରାଯିବାକୁ କୁହାଯାଇଛି। ଏ ସମସ୍ତ ଆବେଦନ ଉପରେ ହାଇକୋର୍ଟ ବୁଧବାର ଶୁଣାଣିକରି ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ରଞ୍ଜନ କୁମାର ରାଉତ ମାମଲା ପରିଚାଳନା କରୁଥିଲେ।
କେନ୍ଦ୍ର, ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ
1 Comment
1 Comment

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.