ଭୁବନେଶ୍ୱର: ଏଣିକି ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ଘରୋଇ ହସ୍ପିଟାଲରେ ମାଗଣା ଚିକିତ୍ସା ମିଳିବ। ହସ୍ପିଟାଲରେ ଭର୍ତ୍ତି ହେବାର ୪୮ ଘଣ୍ଟାର ଚିକିତ୍ସା ପାଇଁ ରାଜ୍ୟ ସରକାର ଟଙ୍କା ଗଣିବେ। ପରେ ସ୍ଥାନାନ୍ତର କରାଗଲେ ସଂପୃକ୍ତ ରୋଗୀଙ୍କୁ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ପଡ଼ିବ। ସ୍ୱାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦ୍ଦା ଶନିବାର ଏହି ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ସୁରକ୍ଷା ପାଣ୍ଠିରୁ ଦୁର୍ଘଟଣାଗ୍ରସ୍ତ ଲୋକଙ୍କ ପାଇଁ ଏହି ଟଙ୍କା ଭରଣା କରାଯିବ। ପରିବହନ ବିଭାଗ ସ୍ୱାସ୍ଥ୍ୟ ବିଭାଗକୁ ୪ କୋଟି ଟଙ୍କା ଦେଇଛି।
ପ୍ରଥମ ଦଫାରେ ଭୁବନେଶ୍ୱର ଓ କଟକର ୩ ଘରୋଇ ହସ୍ପିଟାଲକୁ ସାମିଲ କରାଯାଇଛି। ପରେ ସମ୍ବଲପୁର, ରାଉରକେଲା ଓ ବ୍ରହ୍ମପୁରରେ ଏହି ସେବା ଆରମ୍ଭ ହେବ। ଭୁବନେଶ୍ୱରରେ ଆମ୍ରି ଓ ଆପୋଲୋ ହସ୍ପିଟାଲରେ ଦୁର୍ଘଟଣାଗ୍ରସ୍ତ ଲୋକେ ମାଗଣାରେ ଚିକିତ୍ସା ପାଇପାରିବେ। ସେହିଭଳି କଟକର ଅଶ୍ୱିନୀ ହସ୍ପିଟାଲରେ ଏହି ସୁବିଧା ଉପଲବ୍ଧ ହେବ।

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.