ନୂଆଦିଲ୍ଲୀ: ଭାରତର ୩ ମହାନାୟକଙ୍କୁ ମିଳିବ ଭାରତରତ୍ନ ସମ୍ମାନ । ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ,ସମାଜସେବୀ ନନାନୀ ଦେଶମୁଖ ଓ ବିଶିଷ୍ଟ ସଙ୍ଗିତଜ୍ଞ ଭୂପେନ ହଜାରିକାଙ୍କୁ ମରଣୋପରାନ୍ତ ଭାରତ ରତ୍ନ ସମ୍ମାନ ମିଳିବା ନେଇ ରାଷ୍ଟ୍ରପତି ଭବନରୁ ସୂଚନା ମିଳିଛି । ଏହି ଦେଶର ଶର୍ବଶ୍ରେଷ୍ଠ ବେସାମରିକ ସମ୍ମାନ ସୂଚନା ମିଳିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି । କହିଛନ୍ତି ‘ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ନିସ୍ୱାର୍ଥ ପର ଭାବରେ ସେବା କରିବାରେ ଅଦମ୍ୟ ବ୍ୟକ୍ତିତ୍ୱ ଥିଲେ । ଭୂପେନ ହଜାରିକା ଭାରତୀୟ ସଂଙ୍ଗିତକୁ ବିଶ୍ୱଦରବାରରେ ପରିଚିତ କରିବାରେ ଅକ୍ଲାନ୍ତ ପରିଶ୍ରମ କରିଛନ୍ତି । ଅନ୍ୟପଟେ ସମାଜସେବୀ ନନାନୀ ଦେଶମୁଖଙ୍କୁ ମଧ୍ୟ ନିସ୍ୱାର୍ଥ ପର ସେବା କରିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ପଦ୍ମଭୂଷଣ ସମ୍ମାନରେ କୂଲଦୀପ ନ÷ୟର, କରିୟା ମୁଣ୍ଡାଙ୍କୁ ସମ୍ମାନୀତି କରାଯିବା ସହ ପଦ୍ମଶ୍ରୀ ସମ୍ମାନରେ କାଦର ଖାଁ, ମନୋଜ ବାଜପୋୟୀ,ପ୍ରଭୁଦେବା ଓ ଗୌତମ ଗାମ୍ଭୀର, ଗୀତା ମେହଟ୍ଟା, ଦଇଚ୍ଛାରୀ ନାୟକ, କୃଷି ପାଇଁ କମଳା ପୂଜାରୀ, ଶଙ୍କର ମହାଦେବନ, ବଜରଙ୍ଗ ପୁନିଆଙ୍କୁ ସମ୍ମାନୀତ କରାଯିବା ବେଳେ ଓ ପଦ୍ମବିଭୂଷଣ ସମ୍ମାନରେ ବଳବନ୍ତ ମୋରେଶ୍ୱର, ଅନୀଲ କୁମାର ମଣିଭାଇ ଓ ଲୋକପ୍ରିୟ ଗାୟୀକା ତିଜନ ବାଇଙ୍କୁ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନୀତ କରାଯିବ ।
୩ ଭାରତରତ୍ନ, ପଦ୍ମଶ୍ରୀ, ପଦ୍ମଭୂଷଣ ଓ ପଦ୍ମବିଭୂଷଣ ସମ୍ମାନ ଘୋଷଣା ହେଲା !
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
