କଟକ : ଗତକାଲି ହାଇକୋର୍ଟ ଦେଇଥିବା ନିଷ୍ପତ୍ତିରେ ସାମ୍ୟକ ପରିବର୍ତ୍ତନ ହୋଇଛି। କେବଳ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମାନେ ଅଣ୍ଡଣଟେକିଂ ଲେଖି ସେମାନଙ୍କ ଗାଡ଼ି ନେଇ ପାରିବେ। ଗତକାଲି ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକମାନେ ଲକ୍ଡାଉନ ନିୟମକୁ ଖୋଲାଖୋଲି ଭାବେ ଉଲଂଘନ କରୁଥିବା ଦେଖିବାକୁ ମିଳିଛି। ଅଣ୍ଡରଟେକିଂ ଲେଖି ଗାଡି ଛାଡ଼ି ଦେବା ପ୍ରସଙ୍ଗରେ ହାଇକୋର୍ଟଙ୍କୁ ରାଜ୍ୟ ସରକାର ଏକ ଚିଠି ଲେଖିଥିଲେ।
ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶରେ ଉଲ୍ଲେଖ କରିଥିଲେ ଯେ, ଲକଡାଉନ ବେଳେ ଯାତାୟତ କରିବାକୁ ଚାହୁଁଥିବା ଗାଡି ଚାଳକ କିମ୍ବା ଲୋକେ ଉଚିତ୍ କାରଣ ଦର୍ଶାଇ ଯାଇ ପାରିବେ। ଯଦି ସେମାନେ ଉଚିତ୍ କାରଣ ଦର୍ଶାଇ ନ ପାରିବେ, ତେବେ ପୋଲିସ୍ ସେମାନଙ୍କଠାରୁ ଅଣ୍ଡରଟେକିଂ ରଖି ଗାଡି ଜବତ ନ କରି ଛାଡି ଦେବେ। ତେବେ ତିନି ଥର ନିୟମ ଖିଲାପ କଲେ ହିଁ ଜରିମାନା କାଟିବ ପୋଲିସ୍। ଏହି ନିର୍ଦ୍ଦେଶ ସହ ହାଇକୋର୍ଟ କହିଥିଲେ ଯେ, ଲୋକଙ୍କ ଆବଶ୍ୟକତାକୁ ଧ୍ୟାନ ଦିଆଯିବା ଦରକାର। ସେମାନଙ୍କ ଘର ପାଖରେ ଅତ୍ୟା ବଶ୍ୟକୀୟ ଜିନିଷ ଉପଲବ୍ଧ ନ କରାଯିବା ବା ନ ହେବା ପର୍ଯ୍ୟନ୍ତ, ଗାଡି କଟକଣା ନିୟମ ଲାଗୁ ନ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଥିବା ବେଳେ ଜବତ ଗାଡି ଛାଡି ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.