ଭୁବନେଶ୍ୱର: ଲକ୍ଡାଉନ୍ ଉଠିବା ମାତ୍ରେ ବିଭିନ୍ନ ରାଜ୍ୟ ଓ ବିଦେଶରେ ଅଟକ ରହି ଯାଇଥିବା ପ୍ରବାସୀ ଓଡ଼ିଆମାନେ ରାଜ୍ୟକୁ ଫେରିବା ପାଇଁ ବ୍ୟାକୁଳ ହୋଇ ଉଠିଲେଣି। ଏହାର ଏକ ଝଲକ ଦେଖିବା ପାଇଁ ମିଳିଛି ରାଜ୍ୟ ସରକାରଙ୍କ ପୋର୍ଟାଲରେ। କରୋନା ସଂକ୍ରମଣକୁ ରୋକିବା ପାଇଁ ଲକ୍ଡାଉନ ପରେ ରାଜ୍ୟକୁ ଫେରିବାକୁ ଚାହୁଁଥିବା ପ୍ରବାସୀ ଓଡ଼ିଆମାନଙ୍କ ପାଇଁ ରାଜ୍ୟ ସରକାର ପଞ୍ଜିକରଣକୁ ବାଧ୍ୟତାମୂଳକ କରିଦେବା ସହ ଗତ ୨୬ ତାରିଖ ଠାରୁ ପଞ୍ଜିକରଣ ପାଇଁ ଏକ ସ୍ୱତନ୍ତ୍ର ପୋର୍ଟାଲ ଖୋଲିଛନ୍ତି। ତେବେ, ଏହି ପୋର୍ଟାଲ ଖେଲା ଯିବାର ମାତ୍ର ୪୮ ଘଣ୍ଟା ମଧ୍ୟରେ ୪.୮୬ ଲକ୍ଷ ପ୍ରବାସୀ ଓଡ଼ିଆ ଏଥିରେ ପଞ୍ଜିକରଣ କରି ସାରିଥିବା ଆଜି ସୂଚନା ଦେଇଛନ୍ତି ରାଜ୍ୟ କୋଭିଡ୍-୧୯ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ।
ସ୍ଥାନୀୟ ଗୀତ ଗୋବିନ୍ଦ ସଦନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ବାଗଚୀ କହିଛନ୍ତି ଯେ ନୋଭେଲ କରୋନା ଭାଇରସ୍ ବା କୋଭିଡ୍-୧୯ର ସଂକ୍ରମଣକୁ ରୋକିବା ଲାଗି ଗତ ମାର୍ଚ୍ଚ ୨୪ ତାରିଖ ଠାରୁ ସମଗ୍ର ଦେଶରେ ଲକ୍ଡାଉନ ଘୋଷଣା କରାଯାଇଛି। ଏବଂ ଆସନ୍ତା ମେ ୩ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିଛି। ତେବେ, ବିନା କୌଣସି ପ୍ରାକ୍ ସୂଚନାରେ ହଠାତ୍ ଲକ୍ଡାଉଡ଼ ଘୋଷଣା ହୋଇଯିବା ଫଳରେ ରାଜ୍ୟ ବାହାରେ ଦେଶର ବିଭିନ୍ନ ରାଜ୍ୟରେ ଅଟକ ରହିଯାଇଥିବା ଶ୍ରମଜୀବୀ, ବୃତ୍ତିଜୀବୀଙ୍କ ଠାରୁ ଆରମ୍ଭ କରି ତୀର୍ଥଯାତ୍ରୀ ଓ ପର୍ଯ୍ୟଟକମାନଙ୍କୁ ରାଜ୍ୟକୁ ନିରାପଦ ଭାବେ ଫେରାଇ ଆଣିବାକୁ ଏକ ‘ଷ୍ଟାଣ୍ଡାର୍ଡ ପ୍ରୋସିଡିଓର ଅଫ୍ ଅପରେସନ’ ବା (ଏସ୍ପିଓ) ପ୍ରଣୟନ କରିବାକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କାଳରେ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଏହାପରେ ବିଶେଷ କରି ଗୁଜୁରାଟ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରି ସେମାନଙ୍କ ରାଜ୍ୟରେ ଅଟକ ରହି ଯାଇଥିବା ଓଡ଼ିଆ ଶ୍ରମଜୀବୀମାନଙ୍କର ଲକ୍ଡାଉନ ପରେ ରାଜ୍ୟକୁ ଫେରିବାରେ ଯେପରି କୌଣସି ଅସୁବିଧା ନ ଉପୁଜେ ସେଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ସ୍ୱତନ୍ତ୍ର ଭାବେ ଅନୁରୋଧ କରିଥିଲେ। ଗୁଜୁରାଟ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ କାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ।

Choć na polskim rynku platforma Vavada.net jest obecna od stosunkowo niedawna, nasz globalny debiut miał miejsce już w 2017 roku. Od tego czasu zdołaliśmy zbudować solidne zaufanie wśród tysięcy miłośników hazardu nad Wisłą. Każdego dnia nasz portal rejestruje wizyty ponad 8000 aktywnych użytkowników, co stanowi najlepszy dowód na nasz dynamiczny rozwój. Społeczność graczy docenia nas przede wszystkim za bezproblemowe działanie, świetne bonusy oraz fachowe podejście do klienta.