ବଙ୍ଗୋପସାଗରରେ ଦାନା ବାନ୍ଧିଲା ଆଉ ଏକ ଲଘୁଚାପ

Odisha Hot News
1 Min Read

ଭୁବନେଶ୍ୱର: ତାମିଲନାଡୁର ଉତ୍ତର ଉପକୂଳ ଉପରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ନିଭାର ଦକ୍ଷିଣ ରୟାଲସୀମା ଏବଂ ତତ୍‌ ସଂଲଗ୍ନ ଅଞ୍ଚଳ ଉପରେ ଗଭୀର ଅବପାତରେ ପରିଣତ ହୋଇ ଦୁର୍ବଳ ହୋଇ ପଡ଼ିଛି।

ତେବେ, ଆଉ ଏକ ସାଇକ୍ଲୋନିକ୍‌ ସଞ୍ଚାରଣ ପୂର୍ବ ଇକ୍ୱାଟୋରିଆଲ୍‌ ଭାରତ ମହାସାଗର ଏବଂ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଏବଂ ବର୍ତ୍ତମାନ ଏହା ସମୁଦ୍ର ପତ୍ତନଠାରୁ ୫.୮ କିଲୋମିଟର ପର୍ଯ୍ୟନ୍ତ ବିସ୍ତାର ହୋଇ ରହିଛି। ଏହାର ପ୍ରଭାବରେ ବର୍ତ୍ତମାନ ଆଉ ଏକ ଲଘୁଚାପ ଦାନା ବାନ୍ଧିବାକୁ ଆରମ୍ଭ କରିଛି ଏବଂ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ଏକ ଡିପ୍ରେସନରେ ପରିଣତ ହେବାର ସମ୍ଭାବନା ଅଛି ଏବଂ ଏହା ପରେ ଆହୁରି ଅଧିକ ଘନୀଭୂତ ଓ ତୀବ୍ର ହେବାର ସମ୍ଭାବନା ରହିଛି। ଏହା ପ୍ରାୟ ପଶ୍ଚିମ ଦିଗକୁ ଯାଇ ତାମିଲନାଡୁ- ପୁଡୁଚେରୀ ଉପକୂଳରେ ୨ ଡିସେମ୍ବରରେ ପହଞ୍ଚିବାର ସମ୍ଭାବନା ଅଛି।

Share This Article