ବୁଏନ୍ସ ଆରିଜ,୮।୧୦- ଭାରତୀୟ ୧୮ ବର୍ଷରୁ କମ ମହିଳା ହକି ଦଳ ୪-୨ ଗୋଲରେ ଅଷ୍ଟ୍ରିଆକୁ ପରାସ୍ତ କରି ଏଠାରେ ଚାଲିଥିବା ୟୁଥ ଅଲିମ୍ପିକ୍ସ ଇଭେଣ୍ଟରେ ଅଭିଯାନ ଆରମ୍ଭ କରିଛି। ବିଜୟୀ ଦଳ ଲାଗି ଲାଲରେମ୍ସିଆମୀ ୨ଟି ଗୋଲ ଦେଇଥିବାବେଳେ ଅଧିନାୟିକା ସାଲିମା ଟେଟେ ଓ ମୁମତାଜ ଖାଁ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ଭାରତୀୟ ଦଳ ମ୍ୟାଚ୍ ଆରମ୍ଭରୁ ଆକ୍ରମଣାତ୍ମକ ଶୈଳୀ ଆପଣେଇଥିଲା। ଫଳରେ ୫ମ ମିନିଟ୍ ମଧ୍ୟରେ ହିଁ ଭାରତୀୟ ଦଳ ୨-୦ ଗୋଲର ଅଗ୍ରଣୀ ହାସଲ କରିନେଇଥିଲା। ଉପ ଅଧିନାୟିକା ଲାଲରେସିଆମି (୪ର୍ଥ) ଓ ଅଧିନାୟିକା ଟେଟେ (୫ମ) ଗୋଲ ଦେଇଥିଲେ। କିନ୍ତୁ ପ୍ରତିପକ୍ଷ ଦଳ ମଧ୍ୟ ମ୍ୟାଚ୍କୁ ଫେରିବା ପାଇଁ ଜବରଦସ୍ତ ଉଦ୍ୟମ କରିଥିଲା। ୧୩ତମ ମିନିଟ୍ରେ ସବ୍ରିନା ହ୍ରୁବି ଗୋଲ ଦେଇ ଭାରତୀୟ ଦଳର ଅଗ୍ରଣୀ ବ୍ୟବଧାନକୁ ହ୍ରାସ କରିଥିଲେ। ମାତ୍ର ଏହାପରେ ଭାରତୀୟ ଦଳ ପୁଣି କ୍ରମାଗତ ଦୁଇଟି ଗୋଲ ଦେଇ ମ୍ୟାଚ୍ରେ ୪-୧ ବ୍ୟବଧାନରେ ଆଗୁଆ ହୋଇଥିଲା। ମୁମତାଜ ଖାଁ ୧୬ତମ ମିନିଟ୍ରେ ଗୋଲ ଦେଇଥିବାବେଳେ ଲାଲରେମ୍ସିଆମୀ ୧୭ତମ ମିନିଟରେ ସ୍କୋର କରିଥିଲେ। ଏହାର ୩ ମିନିଟ ପରେ ଲୌରା କେମ (୨୦ତମ) ଅଷ୍ଟ୍ରିଆ ପକ୍ଷରୁ ୨ୟ ଗୋଲ ଦେଇଥିଲେ। ଉଲ୍ଲେଖଥାଉ କି, ୟୁଥ ଅଲିମ୍ପିକ୍ସରେ ୫-ଏସ୍- ଫର୍ମାଟରେ ହକି ଖେଳାଯାଏ। ମ୍ୟାଚ୍ର ସମୟ ୨୦ ମିନିଟ୍।
ୟୁଥ ଅଲିମ୍ପିକ୍ସ ହକି: ସହଜ ବିଜୟ ସହ ମହିଳା ଭାରତୀୟ ଦଳର ଅଭିଯାନ
Leave a Comment
Leave a Comment
- Advertisement -
Stay Connected
Comment
- reglan injection on ସମବାୟ ବିଭାଗର ମହିଳା କର୍ମଚାରୀମାନେ ପାଳିଲେ ଦୀପାବଳି
- lasix pill on ଶିଳ୍ପ ମହାଶକ୍ତି ହେବା ପଥରେ ଓଡ଼ିଶା: ମୁଖ୍ୟମନ୍ତ୍ରୀ
- levitra on ଦୁର୍ବୃତ୍ତ ଦୁଇ ମନ୍ଦିରରେ ବୁଲାଇଲେ କଳାକନା
- AmunRa on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- metoprolol tart on ଗଛରୁ ଯୁବ ଦୋକାନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
