ପ୍ୟାରିସ, -ଭାରତର ଷ୍ଟାର ମହିଳା ବ୍ୟାଡ୍ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ ଫ୍ରେଞ୍ଚ ଓପନ ମହିଳା ସିଙ୍ଗଲ୍ସ ବ୍ୟାଡ୍ମିଣ୍ଟନ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ମଙ୍ଗଳବାର ସେ ଅଣସିଡ୍ ଖେଳାଳି ବିଓ୍ବେନ ଝାଙ୍ଗ୍ଙ୍କୁ ୨୧-୧୭, ୨୧-୮ରେ ପରାସ୍ତ କରିଛନ୍ତି। ସୂଚନାଯୋଗ୍ୟ, ଗତ ସପ୍ତାହରେ ଅନୁଷ୍ଠିତ ଡେନମାର୍କ ଓପନ୍ର ଓପନିଂ ରାଉଣ୍ଡରେ ସିନ୍ଧୁ ଏହି ଖେଳାଳିଙ୍କ ନିକଟରୁ ହାରିଯାଇଥିଲେ। ମଙ୍ଗଳବାର ଏହି ବିଜୟ ଦ୍ୱାରା ସିନ୍ଧୁ ଆମେରିକୀୟ ଖେଳାଳି ଝାଙ୍ଗ୍ଙ୍କ ବିପକ୍ଷରେ ହ୍ୟାଟ୍ରିକ ପରାଜୟରୁ ରକ୍ଷା ପାଇ ଯାଇଛନ୍ତି। ବର୍ତ୍ତମାନ ଦୁଇ ଖେଳାଳିଙ୍କ ମଧ୍ୟରେ ବିଜୟ ପରାଜୟ ରେକର୍ଡ ୩-୩କୁ ଚାଲିଆସିଛି। ସିନ୍ଧୁ ଦ୍ୱିତୀୟ ରାଉଣ୍ଡରେ ହଂକଂର ଚେଉଙ୍ଗ୍ ଏନଗାନ୍ ୟି ଏବଂ ଜାପାନର ସାୟାକା ସାତୋଙ୍କ ମଧ୍ୟରେ ଖେଳାଯିବାକୁଥିବା ପ୍ରଥମ ରାଉଣ୍ଡ ମ୍ୟାଚର ବିଜେତାଙ୍କୁ ଭେଟିବେ।
ସିନ୍ଧୁ ଦ୍ୱିତୀୟ ରାଉଣ୍ଡରେ
Leave a Comment
Leave a Comment
- Advertisement -
