ଶେଷରେ ପଦ୍ମ ଧରିଲେ ପାଞ୍ଚ ଥର ବିଧାୟକ ଥିବା ଅରବିନ୍ଦ ଢାଲି

Odisha Hot News
1 Min Read

ଭୁବନେଶ୍ବର: ଆଜି ବିଜେପିରେ ସାମିଲ ହୋଇଛନ୍ତି ଜୟଦେବ ନିର୍ବାଚନ ମଣ୍ଡଳିର ବିଜେଡି ବିଧାୟକ ଅରବିନ୍ଦ ଢାଲି। ସେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ ପୂର୍ବତନ ସଭାପତି ସମୀର ମହାନ୍ତି, ଓଡିଶା ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସାଂସଦ ଅପରାଜିତା ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

ବିଜେପିରେ ଯୋଗଦେବା ପରେ ଅରବିନ୍ଦ ଢାଲି କହିଥିଲେ ଯେ ବିଜେଡିରେ ମୋତେ ଅଣନିଃସ୍ବାସୀ ଲାଗୁଥିଲା। କେମିତି ଦଳ ଛାଡିବି ସେହି ଚିନ୍ତାରେ ଥିଲା। ବିଜେପିକୁ ମୋର ଘରବାହୁଡା, ପୁରୁଣା ବନ୍ଧୁଙ୍କୁ ଏକାଠି ଦେଖି ମୁଁ ବହୁତ ଖୁସି ବୋଲି ଅରବିନ୍ଦ କହିଥିଲେ। ଗତକାଲି ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ।

Share This Article