ଶିଳ୍ପ ମହାଶକ୍ତି ହେବା ପଥରେ ଓଡ଼ିଶା: ମୁଖ୍ୟମନ୍ତ୍ରୀ

Odisha Hot News
1 Min Read

ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ନେତୃତ୍ବରେ ହାଇଦ୍ରାବାଦ ଓ କୋଲକାତାରେ ଅନୁଷ୍ଠିତ ନିବେଶକ ସମ୍ମିଳନୀ ବେଶ ସଫଳ ହୋଇଛି। ଏହି ଦୁଇ ସହରରୁ ରାଜ୍ୟକୁ ୧.୬୭ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆସିଛି। ତାହାର ପ୍ରଭାବରେ ରାଜ୍ୟରେ ୧,୪୬,୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ଦୁଇ କାର୍ଯ୍ୟକ୍ରମରେ ୧୨୩ଟି କମ୍ପାନି ଭାଗ ନେଇଥିଲେ। ୬ଟି ରାଉଣ୍ଡ ଟେବୁଲ୍‌ ବୈଠକ ଆୟୋଜନ କରାଯାଇଥିଲା। ପାରମ୍ପରିକ ଭାବେ ଇସ୍ପାତ, ଖଣି ଓ ଭାରି ଶିଳ୍ପରେ ନିବେଶ ଆଣିବାକୁ ଗୁରୁତ୍ବ ଦିଆଯାଉଥିଲା। ଏବେ କିନ୍ତୁ ରାଜ୍ୟ ସରକାର ସୂଚନା ପ୍ରଯୁକ୍ତି, ଏରୋସ୍ପେସ୍‌ ଓ ପ୍ରତିରକ୍ଷା, ପୋଷାକ, ଆସେସୋରି, ଟେକ୍ନିକାଲ୍‌ ଟେକ୍ସଟାଇଲ୍‌, ଇଞ୍ଜିନିୟରିଂ ସାମଗ୍ରୀ, ପ୍ଲାଷ୍ଟିକ, ରସାୟନ, ପ୍ୟାକେଜିଂ ଓ ରିସାଇକ୍ଲିଂ, ଫାର୍ମା, ମେଡିକାଲ୍‌ ଉପକରଣ ଓ ବାୟୋଟେକ୍ନୋଲୋଜି ଭଳି କ୍ଷେତ୍ର ଉପରେ ଗୁରୁତ୍ବାରୋପ କରୁଛନ୍ତି।

Share This Article